ଲଳିତ ମୋଦୀଙ୍କ ନାଗରିକତା ରଦ୍ଦ କଲା ଭାନୁଆଟୁ

Advertisment

ପଳାତକ ଭାରତୀୟ ବ୍ୟବସାୟୀ ଲଳିତ ମୋଦୀଙ୍କୁ ଦିଆଯାଇଥିବା ନାଗରିକତା ବାତିଲ କରିବାକୁ ଭାନୁଆଟୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭାନୁଆତୁର ନାଗରିକତ୍ୱ ଲଳିତ ମୋଦୀ ପାଇଛନ୍ତି ବୋଲି ଭାରତ ସରକାର ନିଶ୍ଚିତ କରିବାର ତିନି ଦିନ ପରେ ଏହି ନିର୍ଦ୍ଦେଶ ଆସିଛି। 

Updated On

ପଳାତକ ଭାରତୀୟ ବ୍ୟବସାୟୀ ଲଳିତ ମୋଦୀଙ୍କୁ ଦିଆଯାଇଥିବା ନାଗରିକତା ବାତିଲ କରିବାକୁ ଭାନୁଆଟୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭାନୁଆତୁର ନାଗରିକତ୍ୱ ଲଳିତ ମୋଦୀ ପାଇଛନ୍ତି ବୋଲି ଭାରତ ସରକାର ନିଶ୍ଚିତ କରିବାର ତିନି ଦିନ ପରେ ଏହି ନିର୍ଦ୍ଦେଶ ଆସିଛି। 

ଅଦ୍ୟତନ ହୋଇଛି
ନିରବଙ୍କୁ ବି ଫେରାର୍‌ କରାଇଦେଲେ: ପତ୍ନୀଙ୍କ ସହ ସ୍ୱିଜରଲ୍ୟାଣ୍ଡ୍‌ରେ! ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ : ପଳାତକ ଭାରତୀୟ ବ୍ୟବସାୟୀ ଲଳିତ ମୋଦୀଙ୍କୁ ଦିଆଯାଇଥିବା ନାଗରିକତା ବାତିଲ କରିବାକୁ ଭାନୁଆଟୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତି ମାମଲାରେ ସେ ଭାରତରେ ୱାଣ୍ଟେଡ୍ ଅଛନ୍ତି। ପ୍ରଶାନ୍ତ ମହାସାଗରର ୮୦ରୁ ଅଧିକ ଦ୍ୱୀପକୁ ନେଇ ଗଠିତ ଦ୍ୱୀପରାଷ୍ଟ୍ର ଭାନୁଆତୁର ନାଗରିକତ୍ୱ ଲଳିତ ମୋଦୀ ପାଇଛନ୍ତି ବୋଲି ଭାରତ ସରକାର ନିଶ୍ଚିତ କରିବାର ତିନି ଦିନ ପରେ ଏହି ନିର୍ଦ୍ଦେଶ ଆସିଛି। 

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପୂର୍ବତନ ମୁଖ୍ୟ ମୋଦୀ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଥିବା ବେଳେ ନିଲାମରେ ହେରଫେର କରିଥିବା ଅଭିଯୋଗ ହୋଇଛି। ୨୦୧୦ରୁ ବ୍ରିଟେନରେ ରହୁଥିବା ଲଳିତ ମୋଦୀ ଏହି ଅଭିଯୋଗକୁ ସବୁବେଳେ ଖଣ୍ଡନ କରି ଆସୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଶେଷରେ ଭାନୁଆଟୁ କାହିଁକି ଲଳିତ ମୋଦୀଙ୍କ ନାଗରିକତା ରଦ୍ଦ କଲେ ? ଭାରତ ସରକାରଙ୍କ ଚାପରେ ଏହା ହୋଇଥିବା ସଂଦେହ କରାଯାଉଛି । 
ଭାନୁଆଟୁ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପ ଦେଶ । ଏହା ୮୩ଟି ଦ୍ୱୀପକୁ ନେଇ ଗଠିତ ଏକ ଦ୍ୱୀପପୁଞ୍ଜ, ଯେଉଁଥିରେ ୬୫ଟି ଦ୍ୱୀପରେ ମଣିଷ ବାସ କରନ୍ତି । ଭାନୁଆଟୁ ଅଷ୍ଟ୍ରେଲିଆର ପୂର୍ବ ଓ ନ୍ୟୁଜିଲାଣ୍ଡର ଉତ୍ତରରେ କିମ୍ବା ଅଷ୍ଟ୍ରେଲିଆ ଓ ଫିଜି ମଧ୍ୟରେ ଅବସ୍ଥିତ। ଏହାର ରାଜଧାନୀ ଏବଂ ବୃହତ୍ତମ ସହର ହେଉଛି ପୋର୍ଟ ଭିଲା, ଯାହା ଏଫେଟ୍ ଦ୍ୱୀପରେ ଅବସ୍ଥିତ । ଭାନୁଆଟୁ ଗଣତନ୍ତ୍ରର ଜାତୀୟ ଭାଷା ହେଉଛି ବିସଲାମ (ଏକ କ୍ରେଓଲ ଭାଷା)। ସରକାରୀ ଭାଷା ଗୁଡ଼ିକ ହେଲା ବିସ୍ଲାମା, ଇଂରାଜୀ ଓ ଫ୍ରେଞ୍ଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe