ଲଳିତ ମୋଦୀଙ୍କ ନୂଆ ଚାଲ୍, ପ୍ରତ୍ୟାର୍ପଣରୁ ବର୍ତ୍ତିବାକୁ ନେଲେ ଏହି ଦେଶର ନାଗରିକତା

ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ବ୍ୟବସାୟୀ ଲଳିତ ମୋଦୀଙ୍କୁ ନେଇ ଆସୁଛି ବଡ ଖବର । ମିଳିଥିବା ସୂଚନା ଅନୁଯାୟୀ, ସେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ କ୍ଷୁଦ୍ର ଦ୍ୱୀପଦେଶ ଭାନୁଆଟୁର ନାଗରିକତ୍ୱ ହାସଲ କରିଛନ୍ତି । ଭାରତୀୟ ଆଇନରୁ ବର୍ତ୍ତିବା ପାଇଁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
lalit

ନୂଆଦିଲ୍ଲୀ : ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ବ୍ୟବସାୟୀ ଲଳିତ ମୋଦୀଙ୍କୁ ନେଇ ଆସୁଛି ବଡ ଖବର । ମିଳିଥିବା ସୂଚନା ଅନୁଯାୟୀ, ସେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ କ୍ଷୁଦ୍ର ଦ୍ୱୀପଦେଶ ଭାନୁଆଟୁର ନାଗରିକତ୍ୱ ହାସଲ କରିଛନ୍ତି । ଭାରତୀୟ ଆଇନରୁ ବର୍ତ୍ତିବା ପାଇଁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲଳିତ ମୋଦିଙ୍କ ନୂଆ ପାସପୋର୍ଟର ଏକ କପି ମିଳିଛି, ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଭାନୁଆଟୁ ନାଗରିକତା ପାଇବା ପାଇଁ ଲଳିତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତୀୟ ନାଗରିକତା ତ୍ୟାଗ କରି ବିଦେଶୀ ପାସପୋର୍ଟ ହାସଲ କରିବା ପରେ ଏବେ ମୋଦୀଙ୍କୁ ପ୍ରତ୍ୟର୍ପଣ କରିବା ଭାରତ ସରକାରଙ୍କ ପାଇଁ ଆହୁରି କଷ୍ଟକର ହୋଇପଡ଼ିଛି।

ଲଳିତ ମୋଦୀ ୨୦୧୦ରେ ଭାରତ ଛାଡ଼ି ଲଣ୍ଡନ ପଳାଇଥିଲେ। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା, ମନି ଲଣ୍ଡରିଂ ଓ ଦୁର୍ନୀତି ଭଳି ସାଂଘାତିକ ଅଭିଯୋଗ ରହିଛି।

ଲଳିତ ମୋଦୀ ୨୦୧୦ରେ ଭାରତ ଛାଡ଼ି ଲଣ୍ଡନ ପଳାଇଥିଲେ। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା, ମନି ଲଣ୍ଡରିଂ ଓ ଦୁର୍ନୀତି ଭଳି ସାଂଘାତିକ ଅଭିଯୋଗ ରହିଛି। ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଅନେକ ମାମଲାରେ ତଦନ୍ତ ଆରମ୍ଭ କରିଥିଲା ଏବଂ ଭାରତୀୟ ଅଦାଲତ ମଧ୍ୟ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଇପିଏଲ୍ ମିଡିଆ ରାଇଟ୍ସ ଏବଂ ଫ୍ରାଞ୍ଚାଇଜ୍ ଡିଲ୍ ଜରିଆରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe