ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦିଙ୍କ ପତ୍ନୀ ବିୟୋଗ

Advertisment
ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦିଙ୍କ ପତ୍ନୀ ବିୟୋଗ

ନୂଆଦିଲ୍ଲୀ: ‘‘ତୁମେ ଥିଲ ମୋ ଜୀବନ ଓ ମୋ ଯାତ୍ରା’’ ସୋମବାର, ଡିସେମ୍ବର ୧୦ ତାରିଖ ଦିନ ପତ୍ନୀ ମିନାଲ୍‌ଙ୍କ ମୃତ୍ୟୁ ଖବର ଘୋଷଣା କରି ଲେଖିଛନ୍ତି ପୂର୍ବତନ ଆଇପିଏଲ୍‌ ଚେୟାର୍‌ମ୍ୟାନ୍‌ ଲଳିତ ମୋଦି।

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ର ପୂର୍ବତନ ଚେୟାର୍‌ମ୍ୟାନ୍‌ ୫୩ ବର୍ଷିୟ ମୋଦି କଳାଟଙ୍କା ଧଳାକରିଥିବା ଅଭିଯୋଗ ହେବା ପରେ ଭାରତ ଛାଡ଼ି ଯାଇଥିଲେ।

ମଙ୍ଗଳବାର ସକାଳେ ସେ ଏକ ଟୁଇଟର୍‌ ପୋଷ୍ଟ୍‍ରେ ଲେଖିଛନ୍ତି: ମୋ ସ୍ନେହ, ମୋ ଜୀବନ, ମୋ ଆତ୍ମାରସାଥୀ... ଶେଷରେ ତୁମେ ଶାନ୍ତି ଲଭିଲ। ମୁଁ ନିଶ୍ଚିତ, ତୁମେ ଆମକୁ ଦେଖୁଥିବ।

ତୁମକୁ ପ୍ରତିଶ୍ରୁତି ଦେଇଥିବା ଅନୁସାରେ ମୁଁ ଆମ ପିଲାମାନଙ୍କୁ ସୁରକ୍ଷା ଦେବି, ଲାଳନପାଳନ କରିବି ଓ ସ୍ନେହ ଦେବି। ମୁଁ ଜାଣେ ତୁମେ ସବୁବେଳେ ଅଛ... ପ୍ରିୟତମା ଏଇଟା ଖୁବ୍‌ କଷ୍ଟସାଧ୍ୟ। କିନ୍ତୁ, ଟାଣୁଆ ହେବାକୁ ତୁମେ ଆମକୁ ଶିଖାଇଛ।

ପତ୍ନୀଙ୍କ ମୃତ୍ୟୁର କାରଣ କ’ଣ ତାହା ମୋଦି କହି ନାହାନ୍ତି। କିନ୍ତୁ, ତାଙ୍କ ପତ୍ନୀ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe