Hindustan Times
କୋଲକାତା: ଅମୀର ଖାନ୍ଙ୍କ ଚଳଚିତ୍ର ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ହେବା ପୂର୍ବରୁ ହିଁ ବିବାଦ ଘେରରେ ରହିଆସିଛି। ଗତ କିଛି ସପ୍ତାହ ଧରି ସୋସିଆଲ୍ ମିଡିଆରେ ଏହି ଚଳଚିତ୍ର କଡ଼ା ସମାଲୋଚନାର ଶିକାର ହୋଇଛି ଏବଂ ଏହାର ପ୍ରଭାବ ବକ୍ସ୍ଅଫିସ୍ରେ ମଧ୍ୟ ପଡ଼ିଛି।
ଉତ୍ତରପ୍ରଦେଶ ପରେ ଏବେ ପଶ୍ଚିମବଙ୍ଗରେ ଚଳଚ୍ଚିତ୍ରକୁ ବିରୋଧ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ପାଇଁ କୋଲକାତା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏହାର ଶୁଣାଣି କରୁଛନ୍ତି। ଫିଲ୍ମରେ ଅମୀରଙ୍କ ଦ୍ବାରା ପ୍ରଦର୍ଶିତ ଚରିତ୍ରକୁ ସଠିକ୍ ଢଙ୍ଗରେ ଦେଖାଇନଥିବା ଏବଂ ପଶ୍ଚିମବଂଗର ଭୁଲ୍ ଚିତ୍ରଣ କରାଯାଇଥିବା ଅଭିଯୋଗ କରି ଆଡ୍ଭୋକେଟ୍ ନାଜିଆ ଇଲାହି ଖାନ୍ ଏହି ପିଆଇଏଲ୍ ଦାଖଲ କରିଛନ୍ତି।
Follow Us