Image Courtesy of India Today
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକାଦଶ ଥର ପାଇଁ ଆରଜେଡିର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ବହୁ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଯାଦବଙ୍କୁ ଡିସେମ୍ବର ୨୩, ୨୦୧୭ରେ ବିର୍ସା ମୁଣ୍ଡା ଜେଲ୍ ପଠାଇ ଦିଆଯାଇଥିଲା। ତେବେ ଅଗଷ୍ଟ ୨୦୧୮ରୁ ସେ ରାଞ୍ଚିର ରିମ୍ସ (ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍)ରେ ଚିକିତ୍ସାଧୀନ ଅଛନ୍ତି। ଆରଜେଡି ସୁପ୍ରିମୋଙ୍କୁ ଗତବର୍ଷ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଇପିସି ଅଧୀନରେ ୭ ବର୍ଷ ଜେଲ୍ଦଣ୍ଡ ଏବଂ ଦୁର୍ନୀତି ନିବାରଣ ଆଇନ ଅଧୀନରେ ୭ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା।
Follow Us