ଆସନ୍ତାକାଲି ଯାଏଁ ସ୍ଥଗିତ ରହିଲା ଗୋଖାଦ୍ୟ ଦୁର୍ନୀତି ପାଇଁ ଲାଲୁଙ୍କ ଦଣ୍ଡାଦେଶ ଘୋଷଣା

Advertisment
ଆସନ୍ତାକାଲି ଯାଏଁ ସ୍ଥଗିତ ରହିଲା ଗୋଖାଦ୍ୟ ଦୁର୍ନୀତି ପାଇଁ ଲାଲୁଙ୍କ ଦଣ୍ଡାଦେଶ ଘୋଷଣା

Image Courtesy of NDTV

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ବିହାରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ଅନ୍ୟମାନଙ୍କ ପ୍ରତି ଆସନ୍ତାକାଲି ଦଣ୍ଡ ବିଧାନ କରାଯିବ।

ଆଡ୍‌ଭୋକେଟ୍‌ ବିନ୍ଦେଶ୍ୱୀ ପ୍ରସାଦଙ୍କ ଦେହାନ୍ତ ହୋଇଯିବାର କାରଣରୁ ଆଜି ଦଣ୍ଡ ଘୋଷଣା କରା ଯାଇ ପାରିଲା ନାହିଁ।

ମଙ୍ଗଳବାର ଦିନ ଲାଲୁଙ୍କ ଓକିଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏହି ମାମଲାରେ ଅତି କମ୍‌ ମାତ୍ରାରେ ଦଣ୍ଡ ଘୋଷଣା ପାଇଁ ସେମାନେ ଦାବି କରିବେ।

ଲାଲୁଙ୍କୁ ଏବେ ୭୦ ବର୍ଷ ଏବଂ ସେ ନାନା ପ୍ରକାର ରୋଗରେ ଆକ୍ରାନ୍ତ। ତାଙ୍କ ପାଇଁ ଆମେ ସବୁଠୁ କମ୍‌ ଦଣ୍ଡ ବିଧାନ ପାଇଁ ନିବେଦନ କରିବୁ ବୋଲି ସେ କହିଛନ୍ତି।

ଲାଲୁଙ୍କୁ ଏବେ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ୍‌ ଜେଲ୍‌ରେ ରଖା ଯାଇଛି। ଡିସେମ୍ବର ୧୩ ତାରିଖ ଦିନ ସ୍ୱତନ୍ତ୍ର ସିବିଆଇ ଅଦାଲତ ଗୋଖାଦ୍ୟ ଦୁର୍ନୀତି ମାମଲାର ବିଚାର ସାରିଥିଲେ। ଏହାର ୧୦ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୨୩ ତାରିଖ ଦିନ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe