ମହିଳାଙ୍କ ରାଲିକୁ ନେଇ ନୀତୀଶଙ୍କୁ ଆକ୍ଷେପ କରି ଏପରି କହିଲେ ଲାଲୁ

Advertisment

ମଙ୍ଗଳବାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯାହାକି ଏବେ ଏକ ବଡ଼ ଧରଣର ବିବାଦର କାରଣ ବନିଛି।

ମଙ୍ଗଳବାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯାହାକି ଏବେ ଏକ ବଡ଼ ଧରଣର ବିବାଦର କାରଣ ବନିଛି।

lalu prasad

ନୂଆଦିଲ୍ଳୀ: ମଙ୍ଗଳବାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯାହାକି ଏବେ ଏକ ବଡ଼ ଧରଣର ବିବାଦର କାରଣ ବନିଛି। ଡିସେମ୍ବର ୧୫ରେ ମହିଳାମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ କରିଥିବା ରାଲି ଯୋଜନା ସଂପର୍କରେ ଲାଲୁ କହିଛନ୍ତି, ‘‘ସେ ମହିଳାଙ୍କ ଉପରେ ଅଶ୍ଳୀଳ ଦୃଷ୍ଟି ରଖି ଏହି ଯାତ୍ରାର ଆୟୋଜନ କରିଛନ୍ତି’’।

ନୀତୀଶ କୁମାର ମହିଳାଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ଏହି ‘ମହିଲା ସମ୍‌ୱାଦ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛନ୍ତି ବୋଲି ସେ ଟିପ୍ପଣୀ ଦେଇଛନ୍ତି।

ଜନତା ଦଳ (ୟୁନାଇଟେଡ୍) ର ବରିଷ୍ଠ ନେତା ରାଜୀବ ରଂଜନ ନୀତୀଶ କୁମାରଙ୍କ ମହିଳା ସମାବେଶକୁ ନେଇ ଲାଲୁ ଯାଦବଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ରଂଜନ କହିଛନ୍ତି, "ଲାଲୁ ଜାଣିବା ଉଚିତ୍  ଯେ ବିହାରର ଲୋକମାନେ ତାଙ୍କୁ ଅତୀତରେ କିପରି ସହ୍ୟ କରିଥିଲେ। ଏଭଭଳି ମାନସିକତା ରଖୁଥିବା ଲୋକଙ୍କ ପ୍ରକୃତ ଚରିତ୍ର ବର୍ତ୍ତମାନ ପ୍ରକାଶ ପଉଛି।’’

ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଲାଲୁ ଯାଦବଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ ଏହାକୁ "ଦୁର୍ଭାଗ୍ୟଜନକ" ବୋଲି ବର୍ଣ୍ଣନା କରି ମାନସିକ ସ୍ଥିତି ହରାଇଥିବାରୁ ଲାଲୁ ଯାଦବ ଡାକ୍ତରଖାନା ଯିବାକୁ ଚିନ୍ତା କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। 

ସେହିପରି ଅନ୍ୟ ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା କହିଛନ୍ତି ଯେ ‘‘ଲାଲୁଜୀ ଶେଷ ପର୍ଯ୍ୟାୟରେ ଅଛନ୍ତି। ସେ ବୁଝିପାରୁନାହାନ୍ତି ସେ କ’ଣ କହୁଛନ୍ତି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe