ଅଦାଲତଙ୍କୁ ବିଭ୍ରାନ୍ତ କରି ଲୋକସଭା ନିର୍ବାଚନରେ ନେତୃତ୍ୱ ନେବାକୁ ଲାଲୁ ପ୍ରସାଦ ଜାମିନରେ ଯିବାକୁ ଚାହୁଁଛନ୍ତି; ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ସିବିଆଇ

Advertisment
ବିହାର ବିଧାନସଭା ନିର୍ବାଚନରେ ପ୍ରଚାର କରିବେନି ଲାଲୁ

Deccan chronicle

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କୋର୍ଟଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନିଜ ସ୍ୱାସ୍ଥ୍ୟର ଆଳ ଦେଖାଇ ଚିକିତ୍ସିତ ହେବା ବାହାନାରେ ଜାମିନ୍‌ରେ ଜେଲ୍‌ରୁ ବାହାରି ୨୦୧୯ ଲୋକସଭାର ନେତୃତ୍ୱ ନେବା ପାଇଁ ଲାଲୁ ପ୍ରସାଦ ଅପଚେଷ୍ଟା କରୁଛନ୍ତି ବୋଲି ଆଜି ସିବିଆଇ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।

ସଂପ୍ରତି ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗ କରୁଥିବା ଲାଲୁ ପ୍ରସାଦ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଜାମିନ ଆବେଦନକୁ ବିରୋଧ କରି ସିବିଆଇ ପକ୍ଷରୁ କୋର୍ଟଙ୍କୁ ଏପରି କହିଛନ୍ତି। ଏଥିସହ, ଏବେ ରାଞ୍ଚି ହସ୍ପିଟାଲର ଏକ ସ୍ୱତନ୍ତ୍ର ଓ୍ଵାର୍ଡରେ ରହି ଚିକିତ୍ସିତ ହେଉଥିବା ଲାଲୁଙ୍କୁ ଭେଟିବା ପାଇଁ ଯେଉଁ ସମସ୍ତ ରାଜନେତାମାନେ ଯାଇଥିଲେ, ସେମାନଙ୍କର ଏକ ତାଲିକା ମଧ୍ୟ କୋର୍ଟଙ୍କୁ ଦେବା ସହ ଲାଲୁଙ୍କ ଆଚରଣ ତାଙ୍କୁ କୌଣସି ପ୍ରକାରର ଅନୁକମ୍ପା, ଅନୁଗ୍ରହ ବା ‘ରିଲିଫ୍‌’ ପାଇଁ ଅନୁମତି ଦେଉ ନାହିଁ ବୋଲି ସିବିଆଇ ସୁପ୍ରିମ୍‌ କୋର୍ଟଙ୍କୁ କହିଛି।

publive-image

ସୁପ୍ରିମ୍‌ କୋର୍ଟରେ ଲାଲୁ ପ୍ରସାଦଙ୍କ ପକ୍ଷରୁ ଆଗତ କରିଥିବା ଜାମିନ ଆବେଦନକୁ ବିରୋଧ କରି ସିବିଆଇ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଆସିବା ପରଠାରୁ ଲାଲୁ ପ୍ରସାଦ ସବୁବେଳେ ନିଜର ସ୍ୱାସ୍ଥ୍ୟର ଆଳ ଦେଖାଇ ଜେଲ ପରିବେର୍ତ୍ତେ ହସ୍ପିଟାଲର ସ୍ୱତନ୍ତ୍ର ଓ୍ଵାର୍ଡରେ ରହି ଆସୁଛନ୍ତି। ତେବେ, ବର୍ତ୍ତମାନ ନିର୍ବାଚନ ସମୟରେ ସେ ଜାମିନ୍‌ରେ ଯାଇ ତାଙ୍କ ଦଳର ନେତୃତ୍ୱ ନେବାକୁ ଅପଚେଷ୍ଟା ଚଳଇଛନ୍ତି। ତେଣୁ, ଲାଲୁଙ୍କୁ ଜାମିନ୍‌ ପ୍ରଦାନ ନକରିବାକୁ ସୁପ୍ରିମ୍‌ କୋର୍ଟଙ୍କୁ କହିଛି ସିବିଆଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe