ଚାରା ଦୁର୍ନୀତିରେ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ

ଚାରା ଦୁର୍ନୀତିରେ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ

Scroll.in

ପାଟନା/ ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୫୦ ହଜାର କୋଟି ଟଙ୍କାର ଚାରା ଦୁର୍ନୀତିରେ ସିବିଆଇ ତଦନ୍ତରେ ଦେଓଘର ସରକାରୀ ଟ୍ରେଜେରିରୁ ଜାଲିଆତି କରି ଟଙ୍କା ଉଠାଇ ଥିବା ଅଭିଯୋଗରେ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ସାଢ଼େ ତିନି ବର୍ଷ ପାଇଁ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ତେବେ, ଜେଲରେ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ହୋଇପଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଲାଲୁଙ୍କ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe