ଏଣିକି ପିଆଜ ଡାଳିମ୍ବ ପାଲଟି ଯାଇଛି: ଲାଲୁ ପ୍ରସାଦ

Advertisment
ଏଣିକି ପିଆଜ ଡାଳିମ୍ବ ପାଲଟି ଯାଇଛି: ଲାଲୁ ପ୍ରସାଦ

National Issue 24 News

ପାଟନା: ଦେଶରେ ଏବେ ବିଭିନ୍ନ ରାଜ୍ୟରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ପିଆଜ ଦର ଥମିବାର ନାମ ନେଉ ନାହିଁ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳର (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପିଆଜ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସିଧାସଳଖ ଆକ୍ଷେପ କରିଛନ୍ତି।

ଲାଲୁ ପ୍ରସାଦ ଯାଦବ ଟୁଇଟ କରି କହିଛନ୍ତି, ମୋଦୀ, ପାସଓ୍ଵାନ୍‌ ଓ ନୀତିଶଙ୍କ ସମୟରେ ପିଆଜ ଡାଳିମ୍ବ ପାଲଟି ଯାଇଛି। ଏଭଳି କହିବାର ଅର୍ଥ ପିଆଜ ମୂଲ୍ୟ ଡାଳିମ୍ବ ଦର ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ବିହାରରେ ପିଆଜ ମୂଲ୍ୟ ପ୍ରତି କିଲୋକୁ ୭୦ରୁ ୮୦ଟଙ୍କା ପର୍ଯ୍ୟନ୍ତ ରହିଛି। ଏମିତି ପରିସ୍ଥିତିରେ ସାଧାରଣ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ବିହାର ରାଜ୍ୟ ସହକାରୀ ବପର୍ଣ୍ଣ ସଂଘ ଲିମିଟେଡ (BISCOMAUN) କିଛିଦିନ ହେବ ଶସ୍ତାରେ ଲୋକମାନଙ୍କୁ ପିଆଜ ଯୋଗାଇ ଦେଉଛନ୍ତି।

publive-image www.jagran.com

କେବଳ ଏତିକି ନୁହେଁ ପିଆଜ ଦର ବୃଦ୍ଧିକୁ ନେଇ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଧ୍ୟ ମୋଦୀ ସରକାରଙ୍କୁ କଟାକ୍ଷ କରିଛନ୍ତି। ଆମ୍‌ ଆଦମୀ ପାର୍ଟିର ନେତା ସଞ୍ଚୟ ସିଂହ କହିଛନ୍ତି, ପିଆଜର ଦର ବୃଦ୍ଧିକୁ ନେଇ ଦେଶର ଜନତା ପିଆଜ ଦୁଃଖରେ କାନ୍ଦୁଛନ୍ତି। ଦେଶରେ କିଲେ ପିଆଜକୁ ୧୩୦ଟଙ୍କାରେ କିଣିବାକୁ ପଡ଼ୁଛି। ପିଆଜ ଦର ବୃଦ୍ଧିକୁ ନେଇ ବିଜେପି ଶାସିତ କେନ୍ଦ୍ର ସରକାର ଦାୟୀ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe