ପାଟଣା: ପୁଣି ନୀତୀଶଙ୍କୁ କଟାକ୍ଷ କଲେ ଲାଲୁ ପ୍ରସାଦ ଯାଦବ । ନିର୍ବାଚନ ପୂର୍ବରୁ ମୋଦୀ-ନୀତୀଶଙ୍କୁ ଡେଲିଭରୀ ବୟ କହି କଲେ ସମାଲୋଚନା । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦୁହିଁଙ୍କୁ ମିଛ ପ୍ରତିଶ୍ରୁତିର ଡେଲିଭରୀ ବୟ କହିଲେ ଲାଲୁ । ମୋଦୀ-ନୀତୀଶଙ୍କ ଏଆଇ ନିର୍ମିତ ଡେଲିଭରୀ ବୟ ଫଟୋ ସହ ସମାଲୋଚନା ଭରା ଶବ୍ଦ ଲେଖିଛନ୍ତି ଲାଲୁ ।
ଯେଉଁଥିରେ ଲାଲୁ କହିଛନ୍ତି-
ତେବେ ଗତ କିଛିଦିନ ତଳେ ମୋଦୀଙ୍କ ଗସ୍ତ ବେଳେ କଟାକ୍ଷ ବି କରିଥିଲେ ଲାଲୁ । ମୋଦୀଙ୍କ ଗସ୍ତକୁ କଟାକ୍ଷ କରି ଏକ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ପାଣିପାଗ ବିଶେଷଜ୍ଞଙ୍କ ପରି ମୋଦୀଙ୍କ ଗସ୍ତକୁ ନେଇ ଲାଲୁ କହିଥିଲେ- ବିହାରର ହିତ ପାଇଁ ପାଣିପାଗ ସତର୍କତା - ଆଜି ବିହାରରେ ଡାହା ମିଛ ଏବଂ ମିଥ୍ୟା ପ୍ରତିଶ୍ରୁତି ସହ ଭ୍ରମର ପ୍ରବଳ ବର୍ଷା ହେଉଛି.. ଏଥିସହ ଘଡ଼ଘଡ଼ି ସହିତ ଲୋଭନୀୟ ପ୍ରତିଶ୍ରୁତିର କୁଆପଥର ମଧ୍ୟ ମାଡ଼ ହେଉଛି.. ତେଣୁ ଟିକେ ସମସ୍ତେ ସତର୍କ ରୁହନ୍ତୁ.. କହି ମୋଦୀଙ୍କ ଭାଷଣକୁ ଏବଂ ତାଙ୍କର ବିହାର ନିର୍ବାଚନକୁ ଆଖି ଆଗରେ ରଖି ଦେଉଥିବା ପ୍ରକଳ୍ପ ଭେଟିକୁ ସମାଲୋଚନା କରିଥିଲେ ଲାଲୁ । ନିଜ ସୋସିଆଲ ମିଡିଆ ଏକ୍ସରେ ଏକ ଏଆଇ ଭିଡିଓ ପୋଷ୍ଟ କରି ସେ ଏହି ପାଣିପାଗ ପରି ସତର୍କତା ଜାରି କରିଥିଲେ ।
Follow Us