ତେଜ ପ୍ରତାପଙ୍କ ବିଭାଗୀୟ ବୈଠକରେ ଯୋଗ ଦେଲେ ଲାଲୁ ପ୍ରସାଦଙ୍କ ଜ୍ବାଇଁ; ପ୍ରତିବାଦ କଲା ‘ବିଜେପି’

Advertisment
ତେଜ ପ୍ରତାପଙ୍କ ବିଭାଗୀୟ ବୈଠକରେ ଯୋଗ ଦେଲେ ଲାଲୁ ପ୍ରସାଦଙ୍କ ଜ୍ବାଇଁ; ପ୍ରତିବାଦ କଲା ‘ବିଜେପି’

Image Courtesy of India Today

ପାଟନା: ବିହାର ମନ୍ତ୍ରୀ ତେଜ ପ୍ରତାପଙ୍କ ବିଭାଗୀୟ ବୈଠକରେ ଲାଲୁ ପ୍ରସାଦଙ୍କ ବଡ଼ ଜ୍ବାଇଁ ଯୋଗ ଦେଇଥିବା ଫଟୋ ସାମାଜିକ ଗଣମାଧ୍ୟମାରେ ଭାଇରାଲ୍‌ ହେବା ପରେ ‘ବିଜେପି’ ‘ଆର୍‌ଜେଡି’କୁ ତୀବ୍ର ସମାଲୋଚନା କରିଛି।

ଲାଲୁ ପ୍ରସାଦଙ୍କ ବଡ଼ ଜ୍ବାଇଁ ହେଉଛନ୍ତି ତାଙ୍କ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କ ସ୍ବାମୀ ଶୈଳେଶ କୁମାର।

ଅଗଷ୍ଟ ୧୬ ତାରିଖ ଦିନ ତେଜ ପ୍ରତାପ ନୀତୀଶ କୁମାରଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏବଂ ସେହି ଦିନ ତାଙ୍କ ଉପରେ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଦାୟିତ୍ବ ନ୍ୟସ୍ତ କରାଯାଇଥିଲା।

ଅଗଷ୍ଟ ୧୭ ତାରିଖ ଦିନ ଅରଣ୍ୟ ଭବନରେ ଆୟୋଜିତ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା ବୈଠକରେ ତେଜ ପ୍ରତାପ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ତେଜ ପ୍ରତାପଙ୍କ ଭିଣୋଇ ମଧ୍ୟ ବସିଥିଲେ।

publive-image Image Courtesy of India Today

ସେହିପରି, ଅଗଷ୍ଟ ୧୮ ତାରିଖ ଦିନ ‘ବିହାର ପଲୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡ’ର ଅଧିକାରୀମାନଙ୍କ ସହିତ ଆଉ ଏକ ବୈଠକ ଆୟୋଜନ କରିଥିଲେ। ସେଥିରେ ମଧ୍ୟ ଶୈଳେଶ କୁମାର ଯୋଗ ଦେଇଥିଲେ। ଏହି ବୈଠକରେ ସେ ତେଜ ପ୍ରତାପଙ୍କ ପାଖରେ ବସିଥିଲେ।

ଉଭୟ ବୈଠକର ଭିଡିଓ ଏବଂ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ‘ବିଜେପି’ ପଚାରିଛି ଯେ, କେଉଁ ସାମର୍ଥ୍ୟରେ ଶୈଳେଶ କୁମାର ଉକ୍ତ ବୈଠକରେ ଯୋଗ ଦେଇଥିଲେ।

ଶୈଳଣଙ୍କୁ ବିଦ୍ରୂପ କରି ‘ବିଜେପି’ର ଜଣେ ମୁଖପାତ୍ର ଟୁଇଟ୍‌ କରି ଲେଖିଛନ୍ତି, ତେଜ ପ୍ରତାପଙ୍କୁ କେହି ଖାମଖିଆଲି ଦୃଷ୍ଟିରେ ଦେଖିବା ଅନୁଚିତ। ଶୈଳେଶ ମଧ୍ୟ ବୈଠକରେ ବସୁଛନ୍ତି। ମୁଁ ସୁନିଶ୍ଚତ ଯେ, ‘ଆର୍‌ଜେଡି’ର ସବୁ ମନ୍ତ୍ରୀଙ୍କ ଅପେକ୍ଷା କୋଟା କୁମାର ହେଉଛନ୍ତି, ସବୁଠୁ ବୁଦ୍ଧିମାନ ବିଜ୍ଞ ଏବଂ ମେଧାବୀ। ଶୈଳେଶଙ୍କ ଆଶୀର୍ବାଦ ମିଳିଲେ ତେଜ ପ୍ରତାପ ସରକାରରେ ଶ୍ରେଷ୍ଠ ମନ୍ତ୍ରୀ ହୋଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe