Image Courtesy of India Today
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆର୍ଜେଡି ସୁପ୍ରି ମୋ ଲାଲୁ ଯାଦବଙ୍କୁ ପାଟନାର ପାରସ ହସ୍ପିଟାଲ୍ରେ ଭେଟିଛନ୍ତି। ପାହାଚରୁ ପଡ଼ି ଲାଲୁଙ୍କ ଡାହାଣ କାନ୍ଧରେ ଫ୍ରାକଚର ହୋଇଥିବାରୁ ସେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। କିନ୍ତୁ ତାଙ୍କର ଅଧିକ ଭଲ ଚିକିତ୍ସା ପାଇଁ ଆଜି ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି। ଲାଲୁ ଦିଲ୍ଲୀ ଯିବା ପୂର୍ବରୁ ନୀତୀଶ ଆଜି ପାଟନା ସ୍ଥିତ ହସ୍ପିଟାଲ୍ରେ ଲାଲୁଙ୍କୁ ଭେଟିଛନ୍ତି। ନୀତୀଶ କହିଛନ୍ତି, ଲାଲୁଙ୍କ ମେଡିକାଲ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଏବଂ ଏହା ତାଙ୍କ ଅଧିକାର। ନୀତୀଶ ଲାଲୁଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ କହିଛନ୍ତି, ସମସ୍ତେ ଲାଲୁଙ୍କ କିଡନି ଏବଂ ହୃତପିଣ୍ଡ ସମସ୍ୟା ସଂକ୍ରାନ୍ତରେ ଜାଣିଛନ୍ତି। ସେ ଦିଲ୍ଲୀରେ ଚିକିତ୍ସା ହେଉଥିଲେ। ଦିଲ୍ଲୀ ଡାକ୍ତର ଲାଲୁଙ୍କ ଚିକିତ୍ସା ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି। ତେଣୁ ଆମେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରୁଛୁ। ଆଜି ଦିନରେ ବିଜେପି ଶାହନୱାଜ ହୁସେନ ମଧ୍ୟ ଯାଦବଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତେଜସ୍ବୀ ଯାଦବଙ୍କୁ ଫୋନ୍ କରି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ।
Follow Us