Image Courtesy of India Today
ରାଞ୍ଚି : ଆର୍ଜେଡି ସଭାପତି ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କିଡ୍ନି ପ୍ରତିରୋପଣ ପାଇଁ ବିଦେଶ ଯାଇପାରନ୍ତି। ଲାଲୁ ଏଥିପାଇଁ ତାଙ୍କ ପାସପୋର୍ଟ ରିଲିଜ୍ କରିବାକୁ ରାଞ୍ଚି ସିବିଆଇ କୋର୍ଟରେ ଆବେଦନ କରିଛନ୍ତି। ପାସପୋର୍ଟ ତାଙ୍କୁ ପ୍ରଦାନ କରାଗଲେ ସେ ଏହାର ନବୀକରଣ କରାଇବେ। ଏହାପରେ ପୁଣି ତାହାକୁ ଅଦାଲତରେ ଦାଖଲ କରିବେ। ଲାଲୁ କିଡ୍ନି ପ୍ରତିରୋପଣ ପାଇଁ ସିଙ୍ଗାପୁର ଯିବେ ବୋଲି ଜଣାପଡ଼ିଛି। ସିଙ୍ଗାପୁରର ଡାକ୍ତରଙ୍କ ସହ ଏନେଇ ଯୋଗାଯୋଗ କରାଯାଉଛି। ଇତି ମଧ୍ୟରେ ଲାଲୁ ୨୦୦୯ ମସିହାରେ ଏକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ମାମଲାରେ ସ୍ବତନ୍ତ୍ର ଏମ୍ପିଏମ୍ଏଲଏ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ।
Follow Us