ବିହାର ବିଧାନସଭା ନିର୍ବାଚନରେ ପ୍ରଚାର କରିବେନି ଲାଲୁ

ବିହାର ବିଧାନସଭା ନିର୍ବାଚନରେ ପ୍ରଚାର କରିବେନି ଲାଲୁ

Deccan chronicle

ପାଟନା : ଦୀର୍ଘ ୪୦ ବର୍ଷ ପରେ ପ୍ରଥମ ଥର ପାଇଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିପାରିବେନି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ୨୦୧୮ରୁ ଦୁର୍ନୀତି ମାମଲାରେ ଜେଲ୍‌ରେ ଅଛନ୍ତି। ସେ ଦଳର ଦାୟିତ୍ବ ତେଜସ୍ବୀଙ୍କୁ ଦେଇଥିଲେ ମଧ୍ୟ ଜେଲ୍‌ ହସ୍ପିଟାଲ୍‌ରୁ ଦଳୀୟ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ଜଣାପଡ଼ିଛି। ଆଜି ଲାଲୁ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ଏହା ସତ୍ତ୍ବେ ଲାଲୁ ଜେଲ୍‌ରୁ ମୁକ୍ତ ହୋଇପାରିବେନି। ଲାଲୁଙ୍କୁ ଚାଇବାସା ଟ୍ରେଜେରି ମାମଲାରେ ଜାମିନ୍‌ ମିଳିଥିଲେ ସୁଦ୍ଧା ଡୁମ୍‌କା ଟ୍ରେଜେରି ମାମଲାରେ ତାଙ୍କୁ ଜାମିନ ମିଳିନାହିଁ। ତେଣୁ ସେ ଜେଲ୍‌ରେ ରହିବେ। ୧୯୭୭‌ରେ ଲାଲୁ ସାଂସଦ ନିର୍ବାଚିତ ହେବାଠାରୁ ଏଯାବତ୍‌ ବିହାର ରାଜନୀତିରେ ଜଣେ ଟାଣୁଆ ନେତା ହୋଇ ରହିଛନ୍ତି। କିନ୍ତୁ ଚଳିତ ନିର୍ବାଚନରେ ସେ ପ୍ରଚାର କାର୍ଯ୍ୟରୁ ବାଦ୍‌ ପଡ଼ିବେ। ଗତ ବର୍ଷ ଲୋକସଭା ନିର୍ବାଚନରେ ମଧ୍ୟ ଲାଲୁ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe