ଲାଲୁଙ୍କ ଦୁଇଝିଅଙ୍କ ମଧ୍ୟରୁ ଜଣେ ଆଗୁଆ ଥିବା ବେଳେ ଅନ୍ୟଜଣେ ପଛରେ ପଡ଼ିଯାଇଛନ୍ତି

Advertisment
ଲାଲୁଙ୍କ ଦୁଇଝିଅଙ୍କ ମଧ୍ୟରୁ ଜଣେ ଆଗୁଆ ଥିବା ବେଳେ ଅନ୍ୟଜଣେ ପଛରେ ପଡ଼ିଯାଇଛନ୍ତି

ନୂଆଦିଲ୍ଲୀ: ବିହାରରେ ଲୋକସଭା ନିର୍ବାଚନକୁ ନେଇ ଚାଲିଥିବା ମତଗଣନାରେ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ନୀତିଶ କୁମାରଙ୍କ ଦଳ ଜେଡିୟୁ ରାଜ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା କୁହାଯାଉଥିବା ବେଳେ ଆରଜେଡ଼ି କିଛି ଆସନରେ ଆଗକୁ ବଢ଼ିଛି।

ଚଳିତ ଲୋକସଭା ନିର୍ବାଚନରେ ଲାଲୁଙ୍କ ଦୁଇ ଝିଅ ମିସା ଭାରତ ଓ ରୋହିଣୀ ଆଚ‌ାର୍ଯ୍ୟ ମଇଦାନକୁ ଓହ୍ଲାଇଛନ୍ତି। ‌ଦୁହିଁଙ୍କ ଚଳିତ ନିର୍ବାଚନରେ କିଭଳି ଫଳାଫଳ ମିଳିବ ତାହା ଆଉ ଅଳ୍ପ ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ। ତେବେ ଚାଲିଥିବା ମତଗଣନାରୁ ଅନୁମାନ କରାଯାଇଛି ମିସା ଆଗୁଆ ଥିବା ବେଳେ ରୋହିଣୀ ପଛରେ ପଡ଼ି ଯାଇଛନ୍ତି।

ପାଟଲିପୁତ୍ର ଆସନ କଥା କହିବାକୁ ଗଲେ ଏଠାରୁ ମିସା ଭାରତ ତୃତୀୟଥର ଆରଜେଡ଼ିର ପ୍ରାର୍ଥୀ ହୋଇଛନ୍ତି।  ତାଙ୍କର ସାମ୍ନା ବିଜେପିର ରାମକୃପାଳ ଯାଦବଙ୍କ ସହିତ ହେଉଛି। ଯାହାଙ୍କୁ ମିସା ସମ୍ପର୍କ‌ରେ ସାନବାପା ବୋଲି କୁହନ୍ତି।

ମିସା ଚଳିତ ଥର ରାମକୃପାଳଙ୍କୁ କଡ୍ଡା ଟକ୍କର ଦେବା ସହିତ ତାଙ୍କ ଉପ‌ରେ ଭାରି ପଡ଼ିଥିବା କିଛିଲୋକ କହୁଛନ୍ତି। ସାନବାପାଙ୍କୁ ୬୦ହଜାର ଭୋଟରେ ପଛରେ ପକାଇ ଝିଆରି ମିସା ଆଗରେ ଅଛନ୍ତି।

ସେହିପରି ବାପା ଲାଲୁ ପ୍ରସାଦ ଯାଦବଙ୍କୁ କିଡନି ଦେଇ ଜୀବନ ବଞ୍ଚାଇଥିବା ରୋହିଣୀ ଆଚାର୍ଯ୍ୟଙ୍କ କଥା କହି‌ଲେ ସେ ସାରଣାରେ ବିଜେପି ପ୍ରାର୍ଥୀ ରାଜୀବ ପ୍ରତାପଙ୍କୁ  କୌଣସି ପ୍ରକାରେ ଟକ୍କର ଦେଇ ପାରୁ ନାହାନ୍ତି। ରାଜୀବ ରୋହିଣୀଙ୍କ ଠାରୁ ୧୫୦୦୦ଭୋଟରେ ଆଗୁଆ ଅଛନ୍ତି। ସମ୍ପ୍ରତି ସାରଣରେ ଆହୁରି ମତଗଣନା ବାକି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe