ହୋଟେଲ ଦୁର୍ନୀତି ମାମଲା: ସିବିଆଇରେ ହାଜର ହେଲେ ଲାଲୁ

Advertisment
ହୋଟେଲ ଦୁର୍ନୀତି ମାମଲା: ସିବିଆଇରେ ହାଜର ହେଲେ ଲାଲୁ

ନୂଆଦିଲ୍ଲୀ : ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ସିବିଆଇ ମୁଖ୍ୟାଳୟରେ ହାଜର ହୋଇଛନ୍ତି। ସିବିଆଇ ପକ୍ଷରୁ ଅନେକ ଥର ସମନ୍‌ ଜାରିହେବାପରେ ଆଜି ଲାଲୁ ହୋଟେଲ ଦୁର୍ନୀତି ମାମଲାର ପଚରାଉଚୁରା ପ୍ରକ୍ରିୟାରେ ସାମିିଲ ହେବାପାଇଁ ସିବିଆଇରେ ହାଜର ହୋଇଛନ୍ତି। ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ୧୯୯୭ ମସିହାରେ ଲାଲୁଙ୍କୁ ଯେଉଁ ଅଫିସର ଗିରଫ କରିଥିଲେ ସେହି ଅଫିସର ରାକେଶ ଅସ୍ଥାନା ତାଙ୍କୁ ଦୁର୍ନୀତି ମାମଲା ନେଇ ପଚରାଉଚୁରା କରିଛନ୍ତି। ଲାଲୁ ରେଳମନ୍ତ୍ରୀ ଥିବା ସମୟରେ ଆଇଆରସିଟିସିର ଦୁଇଟି ହୋଟେଲର ରକ୍ଷଣାବେକ୍ଷଣ ଦାୟିିତ୍ୱ ଏକ ଘରୋଇ କମ୍ପାନିକୁ ଦେଇ ଏହା ବଦଳରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସିବଆଇ ସୂତ୍ରରୁ ପ୍ରକାଶ ଯେ ଲାଲୁ ରେଳମନ୍ତ୍ରୀ ଥିବା ସମୟର ଏକ ନୋନ୍‌ସିଟ୍‌ ସିବିଆଇର ହସ୍ତଗତ ହୋଇଛି, ଯେଉଁଥିରୁ ସ୍ପଷ୍ଟ ଜଣାଯାଇଛି ସେ ବିନୟ ଏବଂ ବିଜୟ କୋଚାରଙ୍କ ମାଲିକାନାରେ ଥିବା ସଂସ୍ଥା ‘ସୁଜାତା ହୋଟେଲ୍ସ’କୁ ଦୁଇଟି ରେଳ ହୋଟେଲ ବିଏନଆର ରାଞ୍ଚି ଏବଂ ବିଏନଆର ପୁରୀର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe