ସିଢିରୁ ଖସିପଡି ଆହତ ହେଲେ ଲାଲୁ, ଭାଙ୍ଗିଯାଇଛି ଡାହାଣ କାନ୍ଧର ହାଡ

Advertisment
ରେଳବାଇ ଚାକିରି ଦୁର୍ନୀତି ମାମଲା: ଲାଲୁଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ସିବିଆଇକୁ ଅନୁମତି

India TV

ପାଟନା: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଆଘାତ ଲାଗିଛି | ମିଳିଥିବା ଖବର ମୁତାବକ ପାଟନାର ରାବ୍ରି ଦେବୀ ବାସଭବନରେ ସିଢି ଚଢ଼ୁଥିବାବେଳେ ଲାଲୁ ପ୍ରସାଦ ଯାଦବ ଖସିପଡିଛନ୍ତି। ଏବାବଦରେ ଜଣାପଡିବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିଥିଲେ। ଏହି ଘଟଣା ପରେ ଲାଲୁ ପ୍ରସାଦ ଯାଦବଙ୍କ ଡାହାଣ କାନ୍ଧର ହାଡ ଭାଙ୍ଗି ଯାଇଛି। ଏହା ସହିତ ତାଙ୍କ ଅଣ୍ଟାରେ ମଧ୍ୟ ଆଘାତ ଲାଗିଥିବାର କୁହାଯାଉଛି |

ଲାଲୁ ପ୍ରସାଦ ଯାଦବଙ୍କୁ କଙ୍କଡ଼ାବାଗସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। କୁହାଯାଉଛି ଯେ ପ୍ଲାଷ୍ଟର ହେବା ପରେ ଲାଲୁ ପ୍ରସାଦ ଯାଦବ ଘରକୁ ଫେରିଛନ୍ତି । ତେବେ ଡାକ୍ତରମାନେ କହିଛନ୍ତି ଯେ ଚିନ୍ତା କରିବାର କୌଣସି କାରଣ ନାହିଁ। ଡାକ୍ତରମାନେ କହିଛନ୍ତି ଯେ ଆରଜେଡି ମୁଖିଆଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିବାବେଳେ କାନ୍ଧର ହାଡ ସାମାନ୍ୟ ଭାଙ୍ଗିଯାଇଛି | ସେଥିପାଇଁ ତାଙ୍କୁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ, ଲାଲୁ ପଡିଯିବା ଖବର ଶୁଣି ନେତା ଓ କର୍ମୀମାନେ ଚିନ୍ତିତ ହୋଇପଡିଛନ୍ତି ଏବଂ କିଛି ନେତା ମଧ୍ୟ ଲାଲୁଙ୍କ ବାସଭବନରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe