ପାଟଣା: ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ । ଆଉ ମାସ କେଇଟା ପରେ ବିହାରରେ ହେବ ବିଧାନସଭା ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ଜୋରଦାର ପରିଶ୍ରମ ଏବଂ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିବା ବେଳେ ବିହାରକୁ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି ମୋଦୀ । ପହଲଗାମ୍ ହମଲା ପରେ ଥରେ ଯାଇଥିଲେ, ଅପରେସନ ସିନ୍ଦୂର ପରେ ଯାଇଥିଲେ ଏବଂ ଆଜି ପୁଣି ଥରେ ବିହାରକୁ ଭେଟି ନେଇ ଯିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ମୋଦୀଙ୍କ ଗସ୍ତକୁ କଟାକ୍ଷ କରି ଏକ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ।
ସେପଟେ ମୋଦୀ ବିହାରରେ ପରିବାରବାଦ ରାଜନୀତି ଉପରେ କହି ଆରଜେଡିକୁ ନିଶାନା କରିଥିବା ବେଳେ ଆରଜେଡି ଓ କଂଗ୍ରେସର ମେଣ୍ଟକୁ କଟାକ୍ଷ କରିଥିଲେ । କ୍ଷମତା ପାଇଁ ଲୋଭୀ ଲୋକମାନେ କେବଳ ନିଜ ପରିବାରକୁ ପ୍ରୋତ୍ସାହିତ କରିବାରେ ଧ୍ୟାନ ଦିଅନ୍ତି ମାତ୍ର ଏପରିସ୍ଥଳେ ଆମ ସରକାର ସାମଗ୍ରିକ ବିକାଶ ପାଇଁ କାମ କରେ ବୋଲି ମୋଦୀ କହିଥିଲେ ।
Follow Us