ହସ୍ପିଟାଲରେ ଏହି ଖାଦ୍ୟ ଖାଉଥିବାର ଲାଲୁ ପ୍ରସାଦ ଯାଦବଙ୍କ ଫଟୋ ଭାଇରାଲ

Advertisment
ହସ୍ପିଟାଲରେ ଏହି ଖାଦ୍ୟ ଖାଉଥିବାର ଲାଲୁ ପ୍ରସାଦ ଯାଦବଙ୍କ ଫଟୋ ଭାଇରାଲ

ରାଞ୍ଚି: ଏବେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଭାତ ଓ ଡାଲି ଖାଉଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଜଗଦୀଶପୁର ବିଧାୟକ ରାମ ବିଶୁନ ସିଂହ ଲାଲୁ ପ୍ରସାଦ ଯାଦବଙ୍କୁ ସାକ୍ଷାତ କରିବା ପରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ ଗତ ଶନିବାର ଦିନ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜଗଦୀଶପୁର ବିଧାୟକ ରାମ ବିଶୁନ ସିଂହ ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲରେ ସାକ୍ଷାତ କରିଥିଲେ ।

publive-image

ଚାରା ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବ ବର୍ତ୍ତମାନ ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଲାଲୁ ପ୍ରସାଦ ଯାଦବ ପନ୍ଦରରୁ ଅଧିକ ରୋଗରେ ପୀଡିତ ଥିବା ହେତୁ ତାଙ୍କୁ ନ୍ୟାୟାଳୟର ଆଦେଶକ୍ରମେ ପ୍ଲେଇଂ ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।ସେଠାରେ ସେ ଭାତ ଡାଲି ଖାଉଥିବାର ଫଟୋ କେହି ଉଠାଇ ସୋସିଆଲ ମିଡିଆରେ ସେଆର୍ କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe