ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଅଣାଯିବ ଦିଲ୍ଲୀ

Advertisment

ରକ୍ତରେ ଶର୍କରାସ୍ତର ବୃଦ୍ଧି କାରଣରୁ ଅସୁସ୍ଥ ହୋଇପଡିଛନ୍ତି ଲାଲୁ ପ୍ରସାଦ ଯାଦବ ।ଡାକ୍ତର ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଦେଇଛନ୍ତି ପରାମର୍ଶ। 

ରକ୍ତରେ ଶର୍କରାସ୍ତର ବୃଦ୍ଧି କାରଣରୁ ଅସୁସ୍ଥ ହୋଇପଡିଛନ୍ତି ଲାଲୁ ପ୍ରସାଦ ଯାଦବ ।ଡାକ୍ତର ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଦେଇଛନ୍ତି ପରାମର୍ଶ। 

rtyt

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରକ୍ତରେ ଶର୍କରାସ୍ତର ବୃଦ୍ଧି କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି। ଘରେ ତାଙ୍କର ଚିକିତ୍ସାା ଚାଲିଥିବା ବେଳେ ପାଟନା। ଡାକ୍ତର ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦେଇଛନ୍ତି। 

ସୂଚନାଯୋଗ୍ୟ, ରକ୍ତରେ ଶର୍କରା ବୃଦ୍ଧି କାରଣରୁ ଗତ ଦୁଇଦିନ ହେବ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥାଶ ଭଲ ନାହିଁ। ସେ ଅସୁସ୍ଥ ହୋଇପଡିଛନ୍ତି ବୁଧବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଯାହାକୁ ଦେଖିବା ପରେ ପାଟନା ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଛନ୍ତି।

ତେବେ ଲାଲୁଙ୍କ ଅବସ୍ଥା ଏବେ ଯେପରି ଅଛି ଏୟାର ଆମ୍ବୁଲାନ୍ସ ଛଡ଼ା ଅନ୍ୟ କୌଣସି ଯାନରେ ତାଙ୍କୁ ଦିଲ୍ଲୀ ନେବା ବିପଦପୂର୍ଣ୍ଣ ରହିଛି। ତେଣୁ ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନେବା ପାଇଁ ବ୍ୟବସ୍ଥା କରାଯାଉଛି।

ଗତ ବର୍ଷ ସେପ୍ଟେମ୍ବର ମାସରେ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇରେ ଏଞ୍ଜିଓପ୍ଲାଷ୍ଟି ହୋଇଥିବା ‌ବେଳେ ୨୦୨୨ ମସିହାରେ ସିଙ୍ଗାପୁରରେ ତାଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା । ଲାଲୁ ପ୍ରସାଦ ଯାଦବଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ କିଡନୀ ଦାନ କରିଥିଲେ । କେବଳ ଏତିକି ନୁହେଁ ୨୦୧୪ ମସିହାରେ ଲାଲୁଙ୍କ ଓପନ୍ ହାର୍ଟ ସର୍ଜରୀ ହୋଇଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe