Advertisment

ନବମ ଫେଲ୍‌ ପୁଅକୁ ବିହାରର ରାଜା କରିବାକୁ ଚାହାନ୍ତି ଲାଲୁ ଯାଦବ: ପ୍ରଶାନ୍ତ କିଶୋର

Advertisment

ନବଗଠିତ ଜନ ସୁରାଜ ପାର୍ଟି (ଜେଏସ୍‌ପି) ଦ୍ବାରା ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଜର ୯ମ ଫେଲ୍‌ ପୁଅ ତେଜସ୍ବୀ ଯାଦବଙ୍କୁ ସେ ବିହାରର ରାଜା କରାଇବାକୁ ଯଥାସମ୍ଭବ....

ନବଗଠିତ ଜନ ସୁରାଜ ପାର୍ଟି (ଜେଏସ୍‌ପି) ଦ୍ବାରା ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଜର ୯ମ ଫେଲ୍‌ ପୁଅ ତେଜସ୍ବୀ ଯାଦବଙ୍କୁ ସେ ବିହାରର ରାଜା କରାଇବାକୁ ଯଥାସମ୍ଭବ....

ପୁଣି ଫେରୁଛି ବିଜେପି... ନିଜର ଭବିଷ୍ୟତବାଣୀ ଦୋହରାଇଲେ ପ୍ରଶାନ୍ତ କିଶୋର

ଶରଣ: ନବଗଠିତ ଜନ ସୁରାଜ ପାର୍ଟି (ଜେଏସ୍‌ପି) ଦ୍ବାରା ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଜର ୯ମ ଫେଲ୍‌ ପୁଅ ତେଜସ୍ବୀ ଯାଦବଙ୍କୁ ସେ ବିହାରର ରାଜା କରାଇବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ବୋଲି କିଶୋର କଟାକ୍ଷ କରିଛନ୍ତି। ବୁଧବାର ଶରଣଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି, ନିଜ ସନ୍ତାନଙ୍କ ନିମନ୍ତେ କିଭଳି ଚିନ୍ତାଗ୍ରସ୍ତ ହେବା ଆବଶ୍ୟକ ସେକଥା ଆମେ ଲାଲୁ ପ୍ରସାଦ ଯାଦବଙ୍କଠାରୁ ଶିକ୍ଷା କରିବା କଥା।

ଲାଲୁଙ୍କ ପୁଅ ୯ମ ଶ୍ରେଣୀ ପାସ୍‌ କରିନାହିଁ, କିନ୍ତୁ ଲାଲୁ ତାଙ୍କୁ ବିହାରର ରାଜା କରିବାକୁ ଯୋଜନାରେ ଅଛନ୍ତି। ଯେତେବେଳେ ଆମେ ଏହି କଥା କହୁ, ଲୋକ କହନ୍ତି ଆମେ ଲାଲୁଙ୍କ ବିରୋଧରେ ଅଭିଯୋଗ କରୁଛୁ। କିନ୍ତୁ ନା, ଆମେ ଲାଲୁଙ୍କୁ ପ୍ରଶଂସା କରୁଛୁ। ଆପଣମାନେ ଦେଖନ୍ତୁ, ଆପଣଙ୍କ ସନ୍ତାନ ୧୦ମ ପାସ୍‌ କରିଛି ବା ସ୍ନାତକ ହୋଇଛି, କିନ୍ତୁ ଏଯାଏଁ ଚାକିରି ମିଳିପାରିନାହିଁ, ପିଅନଟେ ମଧ୍ୟ ହୋଇପାରିନାହିଁ। ତଥାପି ଆପଣଙ୍କର ଚିନ୍ତା ନାହିଁ। ଲାଲୁ ଯାଦବଙ୍କ ପରି ପ୍ରତ୍ୟେକ ପିତା ତାଙ୍କ ଅପାରଗ ପୁଅ ଲାଗି ଚିନ୍ତା କରିବା ଉଚିତ ବୋଲି କିଶୋର କଟାକ୍ଷ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe