ଲାଲୁଙ୍କ ୭୫ତମ ଜନ୍ମଦିବସ

Advertisment
ଲାଲୁଙ୍କ ୭୫ତମ ଜନ୍ମଦିବସ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଶନିବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଏବଂ ଅନ୍ୟ ଦଳର ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଲାଲୁଙ୍କର ପୁରୁଣା ଫଟୋ ଏବଂ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲଗିଛି। ତାଙ୍କ ପାର୍ଟିର ନେତା ଜିତେନ୍ଦର କୁମାର ରାୟ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଲାଲୁ କିପରି ତାଙ୍କ ଚିରାଚରିତ ଢଙ୍ଗରେ ସଂସଦ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଛନ୍ତି ତାହା ଦେଖାଯାଇଛି।

ଭିଡିଓରେ ଲାଲୁ ଏକ ହିନ୍ଦୀ ସାୟରୀ କହୁଥିବା ଦେଖିବାକୁ ମିଳିଛି, ‘‘ତୁମ ଅଗର ମୁଝକୋ ନ ଚାହୋ ତୋ କୋଇ ବାତ ନହିଁ, ତୁମ କିସି ଔର‌ କୋ ଚାହୋଗେ ତୋ ମୁସ୍କିଲ ହୋଗି।’’ରୋମାଣ୍ଟିକ୍‌ ଶୈଳୀରେ ଏହାକୁ କହିବା ପରେ ସଂସଦରେ ସମସ୍ତେ ଠୋଠୋ ହୋଇ ହସୁଥିବାର ଦେଖିବାକୁ ମିଳିଛି। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ନିଜର ନିରବତାକୁ ରକ୍ଷା କରି ନ ପାରି ହସୁଛନ୍ତି। ବିରୋଧୀଙ୍କ ହୃଦୟକୁ ଜିଣିଲା ଭଳି ସଦସ୍ୟ ସଂସଦରେ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇନାହାନ୍ତି ବୋଲି ଭିଡିଓର ଶୀର୍ଷକ ରଖାଯାଇଛି। ଆର୍‌ଜେଡି ଆଜି ଲାଲୁଙ୍କ ଜନ୍ମଦିବସକୁ ‘ସଦ୍‌ଭାବନା ଦିବସ’ରୂପେ ପାଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe