ଏନ୍‌ଡିଏ ବିଧାୟକଙ୍କୁ ଲୋଭାନ୍ବିତ କରିବାକୁ ଲାଲୁଙ୍କ ପ୍ରୟାସ, କଥାବାର୍ତ୍ତାର ଅଡିଓ ରେକର୍ଡ ଜାରି

Advertisment

ନୀତୀଶ ସରକାର ପାଇଁ ବିପଦ ହୋଇପାରନ୍ତି ଲାଲୁ

ନୀତୀଶ ସରକାର ପାଇଁ ବିପଦ ହୋଇପାରନ୍ତି ଲାଲୁ

ସିସିୟୁରେ ଲାଲୁ, କିଡ୍‌ନି ୨୫% କାମ କରୁଛି

Image Source-_amarujala

ପାଟନ‌ା : ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏନ୍‌ଡିଏ ବିଧାୟକଙ୍କୁ ଲୋଭାନ୍ବିତ କରି ବିହାରରେ ନୀତୀଶ ସରକାରକୁ ଅସ୍ଥିର କରିବାପାଇଁ ପ୍ରୟା‌ସ ଆରମ୍ଭ କରିଦେଇଛନ୍ତି। ବିହାରରେ ସରକାର ଗଠନ ହେବାର ୧୦ ଦିନ ମଧ୍ୟରେ ଏଭଳି ପ୍ରୟାସ ଆରମ୍ଭ ହୋଇଯାଇଛି। ଲାଲୁ ବିଜେପି ବିଧାୟକ ଲଲନ୍‌ ପାଶ୍ବାନ୍‌ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କୁ ଲୋଭାନ୍ବିତ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷେ ସେ ନିଜେ ପଦାରେ ପଡ଼ି ଯାଇଛନ୍ତି। ଲାଲୁ ଜେଲ୍‌ରେ ଥାଇ ମଧ୍ୟ ଫୋନ୍‌ ଦ୍ବାରା ବିଜେପି ବିଧା‌ୟକଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଇଥିଲେ ଏବଂ ନୂଆ କରି ଗଠିତ ରାଜ୍ୟ ବିଧାନସଭାର ଉଦ୍‌ଘାଟନୀ ଅଧିବେଶନରେ ସେମାନଙ୍କୁ ଅନୁପସ୍ଥିତ ରହିବାପାଇଁ କହିଥିଲେ। ଏହାଦ୍ବାରା ଲାଲୁ ରାଜ୍ୟ ବିଧା‌ନସଭା ବା‌ଚସ୍ପତି ନିର୍ବାଚନରେ ଏନ୍‌ଡିଏର ବିଫଳତା ଚାହିଥିଲେ। କିନ୍ତୁ ସେମିତି କିଛି ହେଲାନି। ବରଂ ଲାଲୁଙ୍କ ଚକ୍ରାନ୍ତ ପଦାରେ ପଡ଼ିଗଲା। ଲଲନ୍‌ ପାଶ୍ବାନ୍‌ଙ୍କ ସହ ସେ ଫୋନ୍‌ରେ ଯେଉଁ କଥା ହୋଇଥିଲେ ତାର ଏକ ରେକର୍ଡିଂକୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ପ୍ରଘଟ କରିଦେଇଛନ୍ତି। ଏନେଇ ପୂର୍ବରୁ ଏକ ଏତଲା ରୁଜୁ ହୋଇ ସାରିଛି।

ଏଥିରୁ ଜଣାପଡ଼ୁଛି ଯେ, ଲାଲୁ ବିହାରରେ ଏନ୍‌ଡିଏ ମେଣ୍ଟରେ ଅସ୍ଥିରତା ଆଣିବା‌ ପାଇଁ ଚେଷ୍ଟା କରୁଛନ୍ତି । ସେ ମଧ୍ୟ ନୀତୀଶ ସରକାର ପାଇଁ ବିପଦ ହୋଇପାରନ୍ତି। ଆର୍‌ଜେଡିକୁ କ୍ଷମତାକୁ ଫେରାଇବା ପାଇଁ ସେ ଏନ୍‌ଡିଏ ମେଣ୍ଟରେ ଫାଟ ସୃଷ୍ଟି କରିପାରନ୍ତି। ପୂର୍ବରୁ ମଧ୍ୟ ଏଭଳି ଦୃଷ୍ଟାନ୍ତ ରହିଛି। ୧୯୯୧ ଆରମ୍ଭରେ ସେ ଇନ୍ଦ୍ର ସିଂହ ନାମଧରୀଙ୍କ ଅଧୀନରେ ବିଜେପି ଦଳକୁ ଦୁଇଭାଗ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe