ଖୁସିରେ ଲାଲୁଙ୍କ ଝିଅ ଭୋଜପୁରୀ ଗୀତ ଟ୍ବିଟ୍ କଲେ

ଖୁସିରେ ଲାଲୁଙ୍କ ଝିଅ ଭୋଜପୁରୀ ଗୀତ ଟ୍ବିଟ୍ କଲେ

ପାଟନା: ନୀତୀଶ କୁମାର ବିଜେପି ହାତ ଛାଡ଼ି ଲାଲୁ ପ୍ରସାଦ ଯାଦବଙ୍କ ଦଳ ସହ ମେଣ୍ଟ କରିବା ପରେ ଖୁସିରେ ଗଦ୍‌ଗଦ ହୋଇଉଠିଛନ୍ତି ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ସେ ଲାଲୁଙ୍କ ଏକ ଲଣ୍ଠନଯୁକ୍ତ ଫଟୋ ସହ ତାଙ୍କୁ କିଙ୍ଗ୍‌ମେକର ଭାବେ ଅଭିହିତ କରି ଭୋଜପୁରୀ ଭାଷାରେ ଏକ ଗୀତ ଟ୍ବିଟ୍ କରିଛନ୍ତି- ‘‘ଲାଲୁ ବିନ ଚାଲୁ ଈ ବିହାର ନା ହୋଇ’’ (ଲାଲୁଙ୍କ ବିନା ବିହାର ଚାଲିପାରିବ ନାହିଁ)। ରୋହିଣୀ ପୁଣି ଲେଖିଛନ୍ତି- ‘‘ରାଜତିଲକ କୀ କରୋ ତୈୟାରୀ, ଆ ରହେ ହୈଂ ଲାଲଟେନ ଧାରୀ।’’ ‘‘ଆସମାନ କୀ ବୁଲଂଦୀ ସେ ଭୀ ଊଂଚା ଉନକା ଇମାନ ହୈ, ଜନତା ଜନାର୍ଦ୍ଦନ କା ଜୋ ଅଭିମାନ ହୈଂ।’’

ଲାଲୁ ଯାଦବ ଓ ରାବ୍ରି ଦେବୀଙ୍କ ଆଉ ଏକ ଝିଅ ରାଜଲକ୍ଷ୍ମୀ ଯାଦବ ବି ପଛରେ ପଡ଼ିନାହାନ୍ତି। ସେ ଖୁସିରେ ଆତ୍ମହରା ହୋଇ ଟ୍ବିଟ୍ କରିଛନ୍ତି- ‘‘ଶଂଖନାଦ! ପହଲେ ଦୀ ପଁଖ ଅବ ଦେଂଗେ ଉଡ଼ାନ। ଚାଣକ୍ୟ ମତଲବ ବିହାର, ବିହାରୀ ମତଲବ ଚାଣକ୍ୟ, ଫର୍ଜୀ ଚାଣକ୍ୟଗିରି ବିହାର କେ ବାହର ଚଲାଇୟେଗା। ବୋଲେ ବିହାର- ତେଜସ୍ବୀ ଭବଃ ସରକାର।’’ ରାଜଲକ୍ଷ୍ମୀ ତେଜସ୍ବୀ-ନୀତୀଶଙ୍କ ସରକାରକୁ ଏଠାରେ ସ୍ବାଗତ କରିବା ସହ ଅମିତ ଶାହଙ୍କ ନକଲି ଚାଣକ୍ୟଗିରି ବିହାରରେ ଚଳିବ ନାହିଁ ବୋଲି କହିଛନ୍ତି। କାରଣ ଅସଲ ଚାଣକ୍ୟ ଥିଲେ ବିହାର ପାଟନା (ପାଟଳୀପୁତ୍ର)ର ବାସିନ୍ଦା। ୨୦୧୫ ନିର୍ବାଚନ ପରେ ନତୀଶ କୁମାର ମୁଖ୍ୟମନ୍ତ୍ରୀ ଥିଲାବେଳେ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe