ଲାଲୁଙ୍କ ଅଡ଼ୁଆ ବଢ଼ିଲା: ୪ ହଜାର ଲୋକ ଜମି ଦେଇ ଚାକିରି ପାଇଛନ୍ତି

Advertisment

ତଦନ୍ତ ପରିସର ବୃଦ୍ଧି କରିବ ସିବିଆଇ

ତଦନ୍ତ ପରିସର ବୃଦ୍ଧି କରିବ ସିବିଆଇ

ଲାଲୁଙ୍କ ଅଡ଼ୁଆ ବଢ଼ିଲା: ୪ ହଜାର ଲୋକ ଜମି ଦେଇ ଚାକିରି ପାଇଛନ୍ତି

Image Courtesy of News18

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ବଢ଼ିଛି। ଉକ୍ତ ଦୁର୍ନୀତି ମାମଲାରେ ସିବିଆଇ ଏହାର ତଦନ୍ତ ପରିସର ବୃଦ୍ଧି କରିବ। ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ପରିସରରୁ ମିଳିଥିବା ପ୍ରମାଣରୁ ଏହା ଜଣାପଡ଼ିଛି ଯେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ପ୍ରାୟ ୪ ହଜାର ଲୋକ ଜମି ଦେଇ ଚାକିରି ପାଇଛନ୍ତି। ଏହା ଜଣା ପଡ଼ିବାପରେ ସିବିଆଇ ଏହାର ତଦନ୍ତ ପରିସର ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଛି। ସିବିଆଇ ତଦନ୍ତ ପ୍ରକ୍ରିୟାରେ ଏକ ଷ୍ଟୋରେଜ ଡିଭାଇସ୍‌ ଜବତ କରିଛି।

ଏଥିରେ ୧୫୦୦ ପ୍ରାର୍ଥୀଙ୍କର ଏକ ତାଲିକା ରହିଛି ଏବଂ ଯେଉଁ ରେଳବାଇ ଜୋନ୍‌କୁ ସେମାନଙ୍କ ଆପ୍ଲିକେସନ୍‌ ପଠାଯାଇଛି ତାହା ଲେଖାଯାଇଛି। ମିଳିଥିବା ସୂଚନାନୁଯାୟୀ ବିହାରର ୫ କିମ୍ବା ୬ଟି ଜିଲ୍ଲାର ଲୋକମାନେ ଚାକିରି ପାଇବାପାଇଁ ଲାଲୁ ପରିବାରକୁ ସେମାନଙ୍କ ଜମି ଦେଇଛନ୍ତି । ତଦନ୍ତରୁ ଜଣାପଡ଼ିଛି ‌‌ଯେ ଲାଲୁ ତାଙ୍କ ପାଟନା କ୍ୟାମ୍ପ ଅଫିସ୍‌ରେ ଏକ ସ୍ବତନ୍ତ୍ର କକ୍ଷ ସୃଷ୍ଟି କରିଥିଲେ। ପ୍ରାର୍ଥୀଙ୍କଠାରୁ ଦସ୍ତାବିଜ ସଂଗ୍ରହ କରିବାପାଇଁ ଏହି କ୍ୟାମ୍ପ ଅଫିସକୁ ଏକ ସେଣ୍ଟର ଭାବେ ବ୍ୟବହାର କରାଯାଇଥିଲା। ଲାଲୁ ଚାକିରି ଦେବାପାଇଁ ଯେଉଁ ଜମି ପାଇଥିଲେ ତାକୁ ପରେ ପୁଣି ଚଢ଼ା ଦରରେ ବିକି ପ୍ରବଳ ଲାଭ ଉଠାଇଛନ୍ତି।
ଅନେକ ପ୍ରାର୍ଥୀ ଯୋଗ୍ୟତା ନଥାଇ ବି ଚାକିରି ପାଇଛନ୍ତି। ପ୍ରାର୍ଥୀଙ୍କ ଆପ୍ଲିକେସନ୍‌ ଯାଞ୍ଚ ପ୍ରକ୍ରିୟାରୁ ଜଣାପଡ଼ିଛି ଯେ ଅନେକ ତ୍ରୁଟି ଥାଇ ବି ପ୍ରାର୍ଥୀମାନଙ୍କୁ ବିଭିନ୍ନ ଜୋନ୍‌ରେ ଚାକିରି ଦିଆଯାଇଛି। ଅନେକ କ୍ଷେତ୍ରରେ ପ୍ରାର୍ଥୀମାନେ ସେମାନଙ୍କୁ ଦିଆଯାଇଥିବା ଜଏନିଂ ଡେଟ୍‌ ପରେ ଚାକିରିରେ ଜଏନ୍‌ କରିଛନ୍ତି। କିଛି କ୍ଷେତ୍ରରେ ପ୍ରାର୍ଥୀମାନେ ମେଡିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe