ଚାକିରି ପାଇଁ ଜମି ମାମଲା: ଲାଲୁ ପ୍ରସାଦ ଯାଦବଙ୍କ ସମେତ ୭୭ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

Advertisment
ଚାକିରି ପାଇଁ ଜମି ମାମଲା: ଲାଲୁ ପ୍ରସାଦ ଯାଦବଙ୍କ ସମେତ ୭୭ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ଅନ୍ୟ ସଂପୃକ୍ତ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ୭୮ ଜଣ ଅଭିଯୁକ୍ତଙ୍କୁ ସାମିଲ କରାଯାଇଛି, ଯେଉଁଥିରେ ୩୮ ଜଣ ପ୍ରାର୍ଥୀଙ୍କ ସହ ଅନ୍ୟ କେତେକ ବ୍ୟକ୍ତି ଅଛନ୍ତି। ଏହାବ୍ୟତୀତ ସିବିଆଇ ଏବେ ବି ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା କରିଛି ବୋଲି କୋର୍ଟଙ୍କୁ ଜଣାଇଛି।

ସ୍ୱତନ୍ତ୍ର ସିବିଆଇ ବିଚାରପତି ବିଶାଲ ଗୋଗନେ ମାମଲାର ଶୁଣାଣି ପାଇଁ ଜୁଲାଇ ୬ ତାରିଖ ଧାର୍ଯ୍ୟ କରିଛନ୍ତି। ମେ ୨୯ ତାରିଖରେ ସିବିଆଇକୁ ଚାକିରି ମାମଲାରେ ଚାର୍ଜସିଟ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମୟ ଦେବା ସତ୍ତ୍ୱେ ନିର୍ଦ୍ଦିଷ୍ଟ ଚାର୍ଜସିଟ୍‌ ଦାଖଲ ହୋଇ ନଥିବାରୁ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଥିଲେ।
୧୭ ଅଭିଯୁକ୍ତଙ୍କ ବିରୋଧରେ ଦ୍ଵିତୀୟ ଚାର୍ଜସିଟ୍‌

୨୦୨୩ ଅକ୍ଟୋବର ୪ ତାରିଖରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ରାବଡ଼ି ଦେବୀ ଏବଂ ଅନ୍ୟମାନଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ। ସିବିଆଇ ଅନୁଯାୟୀ ଲ୍ୟାଣ୍ଡ ଫର ଜବ୍‌ ଦୁର୍ନୀତି ମାମଲାରେ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ, ତାଙ୍କ ପତ୍ନୀ, ପୁଅ, ପଶ୍ଚିମ କେନ୍ଦ୍ରୀୟ ରେଳବାଇର ତତ୍କାଳୀନ ଜିଏମ୍‌, ଡବ୍ଲ୍ୟୁସିଆରର ଦୁଇ ଜଣ ସିପିଓ, ଘରୋଇ ବ୍ୟକ୍ତି, ଏକ ଘରୋଇ କମ୍ପାନି ଇତ୍ୟାଦିଙ୍କ ସମେତ ୧୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦ୍ୱିତୀୟ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଅଭିଯୁକ୍ତମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟ ଅଛନ୍ତି, ଯେଉଁମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସିବିଆଇର ପ୍ରାଥମିକ ଅଭିଯୋଗ ହେଉଛି ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କ ନାମରେ ଜମି ସମ୍ପତ୍ତି ହସ୍ତାନ୍ତର ମାଧ୍ୟମରେ ଆର୍ଥିକ ସୁବିଧା ଗ୍ରହଣ କରିଥିଲେ। ବିକଳ୍ପ ନିଯୁକ୍ତ କରିବା ବଦଳରେ ଏହି ବଦଳି କରାଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe