ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି: ତେଜସ୍ବୀଙ୍କୁ ‘ସିବିଆଇ’ର ଓ ମିସା ଭାରତୀଙ୍କୁ ‘ଇଡି’ର ଜେରା

Advertisment
ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି: ତେଜସ୍ବୀଙ୍କୁ ‘ସିବିଆଇ’ର ଓ ମିସା ଭାରତୀଙ୍କୁ ‘ଇଡି’ର ଜେରା

Image Courtesy of India Today

ନୂଆଦିଲ୍ଲୀ: ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି ମାମଲାରେ ଆଜି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ‘ସିବିଆଇ’ ଏବଂ ତାଙ୍କ ଭଉଣୀ ମିସା ଭାରତୀଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜେରା କରିବ।

ଜେରାର ସମ୍ମୁଖୀନ ହେବା ପାଇଁ ନୂଆଦିଲ୍ଲୀସ୍ଥିତ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଏଜୁକେସନ୍‌’ର ମୁଖ୍ୟାଳୟରେ ପହଞ୍ଚିବା ପରେ ତେଜସ୍ବୀ ଯାଦବ କହିଲେ, ଏହି ତଦନ୍ତ ବିରୋଧରେ ଲଢ଼ିବା ପାଇଁ ସେ ଓ ତାଙ୍କ ପରିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସେ କହିଛନ୍ତି, ତଦନ୍ତକାରୀ ଏଜେନ୍‌ସିମାନେ ଯାହା ପଚାରୁଛନ୍ତି ଆମେ ତାହା କହୁଛୁ। କିନ୍ତୁ, ଦେଶର ପରିସ୍ଥିତି ଅନୁସାରେ ତାହା ଏବେ ଖୁବ୍‌ କଠିନ ହୋଇଗଲାଣି। ଆମେ ଏହି ତଦନ୍ତ ବିରୋଧରେ ଲଢ଼ିବାକୁ ସ୍ଥିର କରିଛୁ। ଏଥିରେ ବିଜୟୀ ହେବୁ।

publive-image Image Courtesy of The Economic Times

ଚଳିତ ମାସରେ ତେଜସ୍ବୀଙ୍କୁ ଗିରଫ କରାଯିବ ନାହିଁ ବୋଲି ‘ସିବିଆଇ’ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଯାଇ ଆଜି ଜେରା ପାଇଁ ହାଜର ହେବାକୁ ସେ ରାଜି ହୋଇଥିଲେ।

ସେପଟେ, ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ଆଜି ଦିଲ୍ଲୀ ଅଫିସ୍‌ରେ ତେଜସ୍ବୀଙ୍କ ଭଉଣୀ ମିସା ଭାରତୀଙ୍କୁ ଭାରତୀଙ୍କୁ ଏହି ମାମଲାରେ ଜେରା କରିବା ଲାଗି ପ୍ରସ୍ତୁତି କରିଛି।

ଜେରା କରାଯିବା ଆଗରୁ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ମିସା ଭାରତୀଙ୍କ ଘରକୁ ଯାଇଥିଲେ। ସେ କହିଛନ୍ତି, ଆଞ୍ଚଳିକ ଦଳମାନଙ୍କୁ ବଦନାମ କରିବା ଲାଗି ‘ବିଜେପି’ ‘ଇଡି’, ‘ସିବିଆଇ’ ଏବଂ ‘ଆଇଟି’ ଆଦି କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକର ଅପବ୍ୟବହାର କରୁଛି। କଂଗ୍ରେସ ମଧ୍ୟ ତା’ର ଶାସନ ଅମଳରେ ଏମିତି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe