ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତିଙ୍କ ଜମି ହଡ଼ପ ଉଦ୍ୟମ: ସଂଜ୍ଞାନକୁ ନେଲେ ଝାଡ଼ଖଣ୍ଡ ହାଇକୋର୍ଟ

Advertisment
ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତିଙ୍କ ଜମି ହଡ଼ପ ଉଦ୍ୟମ: ସଂଜ୍ଞାନକୁ ନେଲେ ଝାଡ଼ଖଣ୍ଡ ହାଇକୋର୍ଟ

Wikipedia

ରାଞ୍ଚି: ଝାଡ଼ଖଣ୍ଡରେ ଜଣେ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ଜମି ହଡ଼ପ କରିବାକୁ ଉଦ୍ୟମ କରାଯାଇଛି। ଏ ବାବଦରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବଂ ରାଜ୍ୟରେ ଜମି ହଡ଼ପ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ସଂଜ୍ଞାନରେ ନେଇ ନିଜ ତରଫରୁ ଏକ ମାମଲା ରୁଜୁ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। କୋର୍ଟ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ (ଗୃହ), ଏସ୍‌ଏସ୍‌ପି (ରାଞ୍ଚି) ଓ ଲୋୟର ବଜାର ଥାନା ଅଧିକାରୀଙ୍କୁ ପକ୍ଷ କରିଛନ୍ତି।

ରାଞ୍ଚିର ଲୋୟର ବଜାର ଥାନା ଅଞ୍ଚଳରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଏମ୍‌ୱାଇ ଏକବାଲଙ୍କ ଜମି ହଡ଼ପ କରିବା ପାଇଁ କିଛି ଲୋକ ଚେଷ୍ଟା କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଅତିରିକ୍ତ ଡିଜିପି ଆର୍‌କେ ମଲ୍ଲିକଙ୍କୁ ଜମି ହଡ଼ପ ଘଟଣାର ତଦନ୍ତ କରିବା ପାଇଁ କୋର୍ଟ ଦାୟିତ୍ବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe