ଭାରତ-ଚୀନ୍‌ ଯୁଦ୍ଧ ବେଳେ ଜମି ଅଧିଗ୍ରହଣ, ୫୬ ବର୍ଷ ପରେ ମିଳିଲା କ୍ଷତିପୂରଣ

ଭାରତକୁ ଚୀନ୍‌ର ଚେତାବନୀ: ତାଇୱାନ ପ୍ରସଙ୍ଗରୁ ଦୂରେଇ ରୁହ

Etemaad Daily

ଇଟାନଗର: ଭାରତ-ଚୀନ୍‌ ଯୁଦ୍ଧ (୧୯୬୨)ର ୫୬ ବର୍ଷ ପରେ ଅରୁଣାଚଳ ପ୍ରଦେଶର ଗ୍ରାମୀଣ ପରିବାରଗୁଡ଼ିକୁ ସେମାନଙ୍କ ଜମି ବାବଦରେ କ୍ଷତିପୂରଣ ପ୍ରଦାନ କରାଯାଇଛି। କ୍ଷତିପୂରଣ ଆକାରରେ ସେମାନଙ୍କୁ ପ୍ରାୟ ୩୮ କୋଟି ଟଙ୍କା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚୀନ୍‌ ସହ ଯୁଦ୍ଧ ବେଳେ ଭାରତୀୟ ସେନା ଅରୁଣାଚଳର କିଛି ଗ୍ରାମାଞ୍ଚଳରେ ବଙ୍କର ଓ ବାରାକ୍‌ ଆଦି ନିର୍ମାଣ କରିଥିଲା। ଏଥିପାଇଁ ଲୋକଙ୍କ ଜମି ଅଧିଗ୍ରହଣ କରିବାକୁ ପଡ଼ିଥିଲା। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଏବଂ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରାଜ୍ୟର ପଶ୍ଚିମ ଖେମାଙ୍ଗ ଜିଲ୍ଲାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଗ୍ରାମୀଣ ପରିବାରକୁ କ୍ଷତିପୂରଣ ବାବଦରେ ଚେକ୍‌ ପ୍ରଦାନ କରିଛନ୍ତି। ରିଜିଜୁ କହିଛନ୍ତି ଯେ ଲୋକଙ୍କୁ ମୋଟ ୩୭.୭୩ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। ଏହା ସାର୍ବଜନୀନ ଜମି ଥିବାରୁ ଏହି ଟଙ୍କାକୁ ଗ୍ରାମ ଲୋକଙ୍କ ମଧ୍ୟରେ ବଣ୍ଟାଯିବ। ୧୯୬୨ର ଯୁଦ୍ଧ ପରେ ଭାରତୀୟ ସେନା ଅରୁଣାଚଳରେ ନିଜ ଘାଟି, ବଙ୍କର, ବାରାକ୍‌, ସଡ଼କ ଆଦି ନିର୍ମାଣ ପାଇଁ ବ୍ୟାପକ ମାତ୍ରାରେ ଜମି ଅଧିଗ୍ରହଣ କରିଥିଲା। ୨୦୧୭ ଏପ୍ରିଲ୍‌ରେ ରାଜ୍ୟର ପଶ୍ଚିମ ଖେମାଙ୍ଗ ଜିଲ୍ଲାର ୩ଟି ଗ୍ରାମର ୧୫୨ ପରିବାରକୁ ୫୪ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିଲା। ଗତବର୍ଷ ସେପ୍ଟେମ୍ବରରେ ଗ୍ରାମବାସୀଙ୍କୁ ୧୫୮ କୋଟି ଟଙ୍କାର ଆଉ ଏକ ଚେକ୍‌ ଦିଆଯାଇଥିଲା।ଏମାନଙ୍କ ଜମି ସେନା ଅଧିଗ୍ରହଣ କରିଥିଲା। ସେହିଭଳି ଚଳିତବର୍ଷ ଫେବ୍ରୁଆରିରେ ୩୧ ପରିବାରକୁ ୪୦.୮୦ କୋଟି ଟଙ୍କା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe