ବାୟୁସେନାର ୩୨ ପୂର୍ବ ମହିଳା କର୍ମଚାରୀଙ୍କ ଐତିହାସିକ ବିଜୟ, ପାଇବେ ପୂର୍ଣ୍ଣ ପେନସନ୍  

ସୁପ୍ରିମକୋର୍ଟରେ ଶିବଶଙ୍କରଙ୍କୁ ଆଶ୍ବସ୍ତି: ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ବିରୋଧରେ ଗତ ୧୨ ବର୍ଷ ଧରି ଏକ ଆଇନଗତ ଲଢେଇ ଲଢୁଥିବା ୩୨ ଜଣ ମହିଳାଙ୍କ ବିଜୟ ହୋଇଛି । ନିଜର ସର୍ଟ ସର୍ଭିସ କମିସନ ମିଆଦ ପରେ ବି ସ୍ଥାୟୀ କମିସନ ପାଇଁ ଲଢୁଥିବା ଏହି ମହିଳାମାନଙ୍କୁ ପେନସନ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦ ବର୍ଷ ପାଇଁ ବାୟୁସେନାରେ ଚାକିରି କରି ଅବସର ନେଇଥିବା ଜଣେ ସେନା କର୍ମଚାରୀଙ୍କ ପେନସନ ସହିତ ସମାନ ପେନସନ ରାଶି ସେମାନଙ୍କୁ ପ୍ରଦାନ କରାଯିବ ।

ବାୟୁସେନାର ଏହି ମହିଳା ଅଧିକାରୀଙ୍କୁ ସେମାନଙ୍କର ଆଇନଗତ ଯୁଦ୍ଧରେ ଜିତିବା ପୂର୍ବରୁ ମଧ୍ୟ ଅବସର ନେବାକୁ ପଡିଥିଲା ।

ଏହି ମହିଳା ଅଧିକାରୀମାନଙ୍କ ମଧ୍ୟରୁ ତିନି ଜଣ ବିଧବା ଅଛନ୍ତି, ଯେଉଁମାନଙ୍କ ସ୍ବାମୀମାନେ ଦେଶପାଇଁ ବଳୀଦାନ ଦେଇଥିଲେ । ବାୟୁସେନା ପକ୍ଷରୁ ସେମାନଙ୍କୁ ଅନୁକମ୍ପାମୂଳକ ଚାକିରି ଦିଆଯାଇଥିଲା ।

ବବିତା ପୁନିଆ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ୨୦୨୦ ରାୟକୁ ଭିତ୍ତିକରି  ଏହି ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଉକ୍ତ ରାୟ ଅନୁସାରେ ସଶସ୍ତ୍ର ବାହିନୀରେ ମହିଳାମାନଙ୍କ ପାଇଁ ନିଯୁକ୍ତି ଏବଂ ନିଯୁକ୍ତି ଅଭ୍ୟାସ ଭେଦଭାବପୂର୍ଣ୍ଣ ରହିଆସିଛି ଏବଂ ସେମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ପଦବୀରୁ ବଞ୍ଚିତ ରଖାଯାଇଛି ।

ଏହି ସୁପ୍ରିମକୋର୍ଟଙ୍କ ଆଦେଶ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀଙ୍କ ପ୍ରବେଶ ପାଇଁ ପଥ ପରିଷ୍କାର କରିଥିଲା ।  ଏବେ ସେମାନେ ତିନିସେନାରେ ପୂର୍ଣ୍ଣକାଳ ପାଇଁ ନିଯୁକ୍ତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe