www.indiatoday.in
ନୂଆଦିଲ୍ଲୀ: ଗୁରୁବାର ଦିନ ଅରୁଣାଚଳ ପ୍ରଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଚୀନ୍ର ସୀମାକୁ ସଂଯୋଗ କରୁଥିବା ଏକ ରାଜପଥରେ ଏହି ଭୂସ୍ଖଳନ ହୋଇଥିବା ସୂଚନା ରହିଛି। ଏହା ହେଉଛି ଏକମାତ୍ର ମାର୍ଗ ଯାହାକି ଦିଭଙ୍ଗ ଉପତ୍ୟାକା ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ହୁନଲି ଏବଂ ଅନିନୀ ମଧ୍ୟରେ ଥିବା ଅନିନୀ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ଅରୁଣାଚଳ ପ୍ରଧାନମନ୍ତ୍ରୀ ପେମା ଖଣ୍ଡୁ ଉଦ୍ବେଗ ପ୍ରକାଶ କରିଛନ୍ତି।
ସେ ଟୁଇଟ୍ କରି ଲେଖିଛନ୍ତି, "ହନଲି ଏବଂ ଅନିନୀ ମଧ୍ୟରେ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହେତୁ ଯାତ୍ରୀମାନଙ୍କ ପାଇଁ ହେଉଥିବା ଅସୁବିଧା ଜାଣି ମୁଁ ବିବ୍ରତ। ଏହି ରାସ୍ତା ଦିଭଙ୍ଗ ଉପତ୍ୟାକାରୁ ଦେଶର ଅନ୍ୟ ଭାଗ ସହିତ ସଂଯୋଗ କରୁଥିବାରୁ ଶୀଘ୍ର ସଂଯୋଗକୁ ପୁନସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।"
ଲଗାତାର ବର୍ଷା ହେତୁ ଏହି ଘଟଣା ଘଟିଛି। ଦିଭଙ୍ଗ ଉପତ୍ୟାକାର ବାସିନ୍ଦାଙ୍କୁ ଏକ ବିଜ୍ଞପ୍ତିରେ ଜିଲ୍ଲା ପ୍ରଶାସନ କହିଛି ଯେ ରୋଙ୍ଗ ଅନିନୀ ରାଜପଥରେ ପୁନରୁଦ୍ଧାର କାର୍ଯ୍ୟ ଅତି କମରେ ତିନି ଦିନ ଲାଗିବ।
Follow Us