କେରଳର ମୁନ୍ନାରରେ ବ୍ୟାପକ ଭୂସ୍ଖଳନ, ୭୦ରୁ ୮୦ ଚା’ ଇଷ୍ଟେଟ୍ କର୍ମଚାରୀ ଫଶି ରହିଥିବା ସନ୍ଦେହ

Advertisment
କେରଳର ମୁନ୍ନାରରେ ବ୍ୟାପକ ଭୂସ୍ଖଳନ, ୭୦ରୁ ୮୦ ଚା’ ଇଷ୍ଟେଟ୍ କର୍ମଚାରୀ ଫଶି ରହିଥିବା ସନ୍ଦେହ

Zee News

ମୁନ୍ନାର: କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ କେରଳର ଇଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି। ଅଧିକାରୀ କହିଛନ୍ତି ଯେ, ଜିଲ୍ଲାର ରାଜାମାଲା ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି, ଯେଉଁଠିକୁ ପହଞ୍ଚିବା କଷ୍ଟକର। ତେବେ ଜଙ୍ଗଲ ଅଧିକାରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ନେଇ ଖବର ମିଳିଛି।

Landslide - Latest News on Landslide | Read Breaking News on Zee News Zee News

ସେହି ଅଞ୍ଚଳରେ ୭୦ରୁ ୮୦ଜଣ ଲୋକ ରହୁଥିବା ବେଳେ ଭୂସ୍ଖଳନ ପରେ କେତେ ଜଣ ମୃତାହତ ହୋଇଛନ୍ତି, ତାହା ଜଣାପଡ଼ି ନାହିଁ। ଏବେ ମୁଥିରାପୁଜା ନଦୀର ଜଳସ୍ତର ବୃଦ୍ଧି ହେତୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମୁନ୍ନାର ପରି ନିମ୍ନମାନର ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି।ଏହା ପୂର୍ବରୁ ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଇଡୁକି ଜିଲ୍ଲାର ଏକ ଅସ୍ଥାୟୀ ସେତୁ ଭୁଶୁଡି ପଡିଥିଲା। ଗୋଟିଏ ଦିନ ପୂର୍ବରୁ ଭାରତ ପାଣିପାଗ ବିଭାଗ (ଆଇଏମଡି) ଇଡୁକି, ୱାୟନାଡ ଏବଂ କୋଜିକୋଡେ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe