ମହାରାଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ: ୧୩ ମୃତ, ଶତାଧିକ ଫସିଥିବା ଆଶଙ୍କା

Advertisment
ମହାରାଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ: ୧୩ ମୃତ, ଶତାଧିକ ଫସିଥିବା ଆଶଙ୍କା

ରାୟଗଡ଼: ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଘଟି ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ଏହି ଭୂସ୍ଖଳନରେ ପ୍ରାୟ ୪୮ଟି ପରିବାର ପ୍ରଭାବିତ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଲୋକ କାଦୁଅ ଭିତରେ ବୁଡ଼ି ରହିଛି। ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଭୂସ୍ଖଳନ ସମୟରେ ଲୋକମାନେ ଶୋଇଥିଲେ। ତେଣୁ ସେମାନେ ନିଜକୁ ରକ୍ଷା କରିବାର ସୁଯୋଗ ପାଇ ନ ଥିଲେ। କେତେକ ପିଲା ଗେମ୍ ଖେଳିବାକୁ ଭଲ ମୋବାଇଲ ନେଟ୍‌ୱର୍କ ପାଇବା ପାଇଁ ଗାଁ ବାହାରକୁ ଯାଇଥିଲେ। ସେମାନେ ପ୍ରଥମେ ଭୂସ୍ଖଳନ ହେବା ଦେଖି କେତେକ ଗ୍ରାମବାସୀଙ୍କୁ ସତର୍କ କରାଇଥିଲେ। ବର୍ତ୍ତମାନ ଏନ୍‌ଡିଆର୍‌ଏଫ୍‌ର ଦୁଇଟି ଦଳ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ରାୟଗଡ଼ ଜିଲ୍ଲାର ଖାଲପୁର ତହସିଲ ଅନ୍ତର୍ଗତ ଇର୍ଶାଲୱାଡ଼ି ଗାଁରେ ଏହି ଭୂସ୍ଖଳନ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe