ଉତ୍ତରାଖଣ୍ଡରେ ଭୂସ୍ଖଳନ: ଜଣେ ତୀର୍ଥଯାତ୍ରୀ ଗୁରୁତର, ୨ ଜଣ ପଥର ତଳେ ଚାପି ରହିଥିବା ସନ୍ଦେହ

utt

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରୁ ଆସିଛି ଭୂସ୍ଖଳନର ଖବର । ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂସ୍ଖଳନ । ୟମୁନୋତ୍ରୀ ଧାମ୍ ଯାତ୍ରା ବେଳେ ଧସିଲା ପାହାଡ । ଭୂସ୍ଖଳନରେ ଜଣେ ତୀର୍ଥଯାତ୍ରୀ ଗୁରୁତର ହୋଇଥିବା ବେଳେ ୨ ଜଣ ମାଟି ଓ ପାହାଡ ଅତଡା ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ବାସିନ୍ଦା ଉଦ୍ଧାର କାମରେ ଲାଗିଛନ୍ତି ।

ତେବେ ଗୁରୁତର ଯାତ୍ରୀ ମୁମ୍ବାଇର ବୋଲି ଜଣା ପଡିଛି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ବର୍ଷା ପାଇଁ ଉତ୍ତରାଖଣ୍ଡରେ ବିଭିନ୍ନ ସମୟରେ ଭୂସ୍ଖଳନର ଖବର ଆସୁଛି । ଯେଉଁଥିରେ କେତେବେଳେ କାହାର ଜୀବନ ଯାଉଛି ତ କେତେବେଳେ କିଏ ପଥର ତଳେ ଚାପି ହୋଇ ରହୁଛି ।

ଗତ ୧୮ ତାରିଖ ଦିନ ଦେବଭୂମି ଉତ୍ତରାଖଣ୍ଡରେ ପାହାଡରୁ ପଥର ଖସିବା ପରେ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଥିଲା । କେଦାରନାଥ ଯାତ୍ରା ବେଳେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟି ଠାରେ କେଦାରନାଥ ଯାଉଥିବା କିଛି ତୀର୍ଥଯାତ୍ରୀଙ୍କ ଉପରେ ପାହାଡରୁ ପଥର ଖସିଥିଲା । ଯାହା ପରେ ତୀର୍ଥଯାତ୍ରୀମାନେ ପାହାଡ଼ ତଳକୁ ଖସି ପଡିଥିଲେ । ଘଟଣାସ୍ଥଳରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଖବର ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe