ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପତ୍ତା ମିଳୁନି; ଏବେ ମଧ୍ୟ ପ୍ରତିବାଦକାରୀମାନେ ତାଙ୍କ ବାସଭବନରେ ପଶିଛନ୍ତି

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପତ୍ତା ମିଳୁନି; ଏବେ ମଧ୍ୟ ପ୍ରତିବାଦକାରୀମାନେ ତାଙ୍କ ବାସଭବନରେ ପଶିଛନ୍ତି

Image Courtesy of NDTV

କଲମ୍ବୋ: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଏବେ କେଉଁଠି ଅଛନ୍ତି ତାହା ଜଣା ପଡୁ ନ ଥିଲେ ବି ସରକାର ବିରୋଧୀ ପ୍ରତିଦାବକାରୀମାନେ ଆଜି ମଧ୍ୟ ତାଙ୍କ ସରକାରୀ ବାସଭବନ ଦଖଲ କରି ବସିଛନ୍ତି।

ବାସଭବନରୁ ଖସି ପଳାଇଥିବା ରାଜପକ୍ଷେଙ୍କ ସହିତ ଯୋଗାଯୋଗ କରିଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେବର୍ଦ୍ଧନେ। ଶନିବାର ବିଳମ୍ବିତ ରାତ୍ରରେ ସେ ଘୋଷଣା କରି‌ଥିଲେ ଯେ, ବୁଧବାର ଦିନ ରାଷ୍ଟ୍ରପତି ଇସ୍ତଫା ଦେବେ।

ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଆୟୋଜିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ବାଚସ୍ପତି ଆବେବର୍ଦ୍ଧନେ ରାପକ୍ଷେଙ୍କୁ ଇସ୍ତଫା ଦେବା ପାଇଁ ଚିଠି ଲେଖିବା ପରେ ସେ କହିଥିଲେ, ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇସାରିଛି।

publive-image Image Courtesy of India Today

ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ମଧ୍ୟ ଗତକାଲି ଇସ୍ତଫା ଦେଇଥିଲେ। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଚସ୍ପତି ଶ୍ରୀଲଙ୍କାର କାମଚଳ ରାଷ୍ଟ୍ରପତି ହେବାର ନିୟମ ରହିଛି। ପରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ସାଂସଦମାନଙ୍କ ମଧ୍ୟରେ ନିର୍ବାଚନ କରାଯିବ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପ୍ରତିବାଦକାରୀମାନେ ବଳପୂର୍ବକ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିବା ପୂର୍ବରୁ ସେ ସେଠାରୁ ଖସି ପଳାଇଥିଲେ। କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ, ଶ୍ରୀଲଙ୍କାର ରାଷ୍ଟ୍ରପତି ଜାହାଜରେ ଚଢ଼ି ଅନ୍ୟ କୁଆଡ଼କୁ ପଳାଇଯାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏକ ଭିଡିଓ କ୍ଲିପ୍‌‌ରେ ମଧ୍ୟ ଦେଖାଯାଉଛି ଯେ, ତିନିଜଣ ବ୍ୟକ୍ତି ସୁଟ୍‌କେସ୍‌ ଧରି ‘ଏସ୍‌ଏଲ୍‌ଏନ୍‌ଏସ୍‌ ଗଜବାହୁ’ ନାମକ ପୋତରେ ରଖିବା ପାଇଁ ଦୌଡ଼ିଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe