ରାଷ୍ଟ୍ରପତି ରାଜପକ୍ଷେଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ପାଇଲେ ପ୍ରତିବାଦକାରୀ: ରିପୋର୍ଟ

ରାଷ୍ଟ୍ରପତି ରାଜପକ୍ଷେଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ପାଇଲେ ପ୍ରତିବାଦକାରୀ: ରିପୋର୍ଟ

Image Courtesy of Business Standard

ନୂଆଦିଲ୍ଲୀ: ଶନିବାର ଦିନ ବଳପୂର୍ବକ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ନଗଦ ଅର୍ଥ ପାଇଥିବା କଥା ସରକାର ବିରୋଧୀ ପ୍ରତିବାଦକାରୀମାନେ କହିଥିବା କଥା ରବିବାର ଦିନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ବାସଭବନରୁ ମିଳିଥିବା ଅର୍ଥକୁ ପ୍ରତିବାଦକାରୀମାନେ ଗଣୁଥିବାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଉଦ୍ଧାର କରାଯାଇଥିବା ଅର୍ଥ ନିରାପତ୍ତା ୟୁନିଟ୍‌କୁ ହସ୍ତାନ୍ତର କରାଯାଇଥିବା କଥା ‘ଦି ଡେଲି ମିରର୍‌’ ଖବରକାଗଜ ରିପୋର୍ଟ କରିଛି।

ସରକାରୀ କର୍ତ୍ତୃପକ୍ଷମାନେ ସୂଚନା‌ ଦେଇଛନ୍ତି ଯେ, ମିଳିଥିବା ତଥ୍ୟାବଳିର ତଦନ୍ତ ପରେ ପ୍ରକୃତ କଥା ଜଣାଇବା ଲାଗି ବ୍ୟବସ୍ଥା କରାଯିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ବୋଲି ଉକ୍ତ ସମ୍ବାଦପତ୍ର ମଧ୍ୟ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ଶନିବାର ଦିନ ନିରାପତ୍ତା ବ୍ୟବସ୍ଥାକୁ ପ୍ରତିହତ କରି ଅସଂଖ୍ୟ ପ୍ରତିବାଦକାରୀ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିବାରୁ ରାଷ୍ଟ୍ରପତି ରାଜପକ୍ଷେ ଏକ ଅଜ୍ଞାତ ସ୍ଥାନକୁ ଖସି ପଳାଇଥିଲେ।

ଦେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେମାନେ ସଶସ୍ତ୍ର ବାହିନୀ ଓ ପୁଲିସକୁ ସହଯୋଗ କରନ୍ତୁ ବୋଲି ଶ୍ରୀଲଙ୍କାର ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ଶବନ୍ଦ୍ରେ ସିଲୱା ନାଗରିକମାନଙ୍କୁ କହିଥିବା କଥା ଏକ ମିଡିଆ ପୋର୍ଟାଲ୍‌ ରିପ‌ୋର୍ଟ କରିଛି। ତିନିସେନାର କମାଣ୍ଡର୍‌ଙ୍କ ସହ ଏକ ସ୍ବତନ୍ତ୍ର ବିବୃତି ଦେବା ବେଳେ ସେ ଉପରୋକ୍ତ କଥା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe