ଇଣ୍ଡିଗୋ ବିମାନରେ ଲ୍ୟାପ୍‌ଟପ୍‌ ଜଳିଗଲା

Advertisment
ଭୁବନେଶ୍ୱରରୁ ୮ଟି ଫ୍ଲାଇଟ ବାତିଲ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଥିରୁବନନ୍ତପୁରମ୍‌ରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ୬ଇ-୪୪୫ରେ ଏକ ବଡ଼ ଧରଣର ବିପଦକୁ ଅଳ୍ପକେ ଟାଳି ଦିଆଯାଇଛି। ଗତ ୧୧ ତାରିଖରେ ଏହି ଇଣ୍ଡିଗୋ ବିମାନ ଉଡ଼ାଣ କରୁଥିବା ବେଳେ ଭିତରେ ପୋଡ଼ା ବାସ୍ନା ଆସିଥିଲା। ପରେ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ। ତେବେ ବିମାନ କର୍ମୀମାନେ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଧୂଅାଁ ଉଠୁଥିବାର ଦେଖି ସଙ୍ଗେସଙ୍ଗେ ପାଇଲଟ୍‌ଙ୍କୁ ଜଣାଇଥିଲେ। ଯାତ୍ରୀଙ୍କର ବ୍ୟାଗରେ ଥିବା ଲାପ୍‌ଟପ୍‌ଟି କୌଣସି କାରଣରୁ ଜଳିଯାଉଥିବା ଜଣାପଡ଼ିଥିଲା। ସଙ୍ଗେସଙ୍ଗେ ଅଗ୍ନିନାଶକ ସ୍ପ୍ରେ କରି ନିଅାଁକୁ ନିୟନ୍ତ୍ରଣ କରାଯାଇଥିଲା। ତେବେ ଇଣ୍ଡିଗୋ ବିମାନରେ ଏହି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ଗତମାସରେ ଅନ୍ୟ ଏକ ବିମାନରେ ଜଣେ ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ରେ ନିଅାଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe