ଏହି ସ୍ଥାନରେ ଜଳିଲା ବିଶ୍ୱର ସବୁଠାରୁ ବଡ ଦୀପ, ୧୦ ହଜାରରୁ ଅଧିକ ଲୋକ ଦେଲେ ତେଲ

Advertisment
ଏହି ସ୍ଥାନରେ ଜଳିଲା ବିଶ୍ୱର ସବୁଠାରୁ ବଡ ଦୀପ, ୧୦ ହଜାରରୁ ଅଧିକ ଲୋକ ଦେଲେ ତେଲ

ମୋହାଲି: ଆଜି ଦୀପାବଳି | ଦୀପର ଏହି ଉତ୍ସବକୁ ପାଳନ କରିବା ପାଇଁ ପୁରପଲ୍ଲୀରୁ ସହର ଯାଏଁ ସମସ୍ତେ ଦୀପ ଜାଳିଛନ୍ତି | ତେବେ ଆଜି ବିଶ୍ୱର ସବୁଠାରୁ ବଡ ଦୀପ ମଧ୍ୟ ଜଳିଛି | ବିଶ୍ୱ ଶାନ୍ତିର ବାର୍ତ୍ତା ଦେବା ପାଇଁ ପଞ୍ଜାବର ମୋହାଲିରେ ବିଶ୍ୱର ସବୁଠାରୁ ବଡ଼ ଦୀପ ଜଳାଯାଇଛି | ବିଶ୍ୱ ରେକର୍ଡ ସହିତ ଶେଷ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ୧୦,୦୦୦ ରୁ ଅଧିକ ଲୋକ ତେଲ ଦାନ କରିଛନ୍ତି ବୋଲି ଆୟୋଜକମାନେ କହିଛନ୍ତି। ବିଶ୍ୱ ଶାନ୍ତି, ଏକତା, ଧର୍ମନିରପେକ୍ଷତା ଏବଂ ମାନବବାଦ ବାର୍ତ୍ତା ପହଞ୍ଚାଇବା ପାଇଁ ୩.୩୭ ମିଟର ବ୍ୟାସ ବିଶିଷ୍ଟ ବିଶ୍ୱର ସର୍ବ ବୃହତ ଦୀପ ନିର୍ମାଣ ପାଇଁ ୧୦୦୦ କିଲୋଗ୍ରାମ ଇସ୍ପାତ ବ୍ୟବହାର କରାଯାଇଛି |

ମିଳିଥିବା ସୂଚନା ମୁତାବକ ପଞ୍ଜାବର ମୋହାଲିରେ ଥିବା ଏକ ସଂଗଠନ ପକ୍ଷରୁ ଏହି ଦୀପ ପ୍ରସ୍ତୁତ କରାଯାଇଥିଲା ଓ ପାଖାପାଖି ୧୦ ହଜାର ଲୋକଙ୍କ ପାଖରୁ ତେଲ ସଂଗ୍ରହ କରାଯାଇଥିଲା | ବଡ଼କଥା ଯେ ଲୋକମାନେ ଏହି ଦୀପ ପାଇଁ ଅତ୍ୟନ୍ତ ଉତ୍ସାହର ସହକାରେ ତେଲ ଦାନ କରିଥିଲେ |

ଏହି ଦୀପ ପାଇଁ ମୋଟ ୩୧୨୯ ଲିଟର ତେଲ ସଂଗ୍ରହ କରାଯାଇଥିବାବେଳେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଧିକାରୀଙ୍କ ଉପସ୍ଥିତିରେ ବିଶାଳ ଦୀପ ପ୍ରଜ୍ୱଳିତ ହୋଇଥିଲା | ସଂଗଠନର କର୍ମକର୍ତ୍ତାଙ୍କ କହିବା ମୁତାବକ ପରମ୍ପରା ଅନୁଯାୟୀ ଦୀପାବଳି ପାଳନ କରିବା ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ବାର୍ତ୍ତା ବିସ୍ତାର କରିବାର ଉଦ୍ଦେଶ୍ୟ ନେଇ ଏହି ଦୀପ ଜଳାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe