Image Source: Hindustan Times
ନୂଆଦିଲ୍ଲୀ: ‘କଟ୍ କପି ଆଣ୍ଡ୍ ପେଷ୍ଟ୍’ କୌଶଳର ଉଦ୍ଭାବନ କରିଥିବା କମ୍ପ୍ୟୁଟର୍ ବୈଜ୍ଞାନିକ ଲ୍ୟାରି ଟେସ୍ଲର୍ଙ୍କର ଗତ ସୋମବାର ଦିନ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
୧୯୪୫ ମସିହାରେ ନ୍ୟୁୟର୍କରେ ଜନ୍ମିତ ଟେସ୍ଲର୍ ଷ୍ଟାନ୍ଫୋର୍ଡରେ କମ୍ପ୍ୟୁଟର୍ ବିଜ୍ଞାନ ପଢ଼ିଥିଲେ। ୧୯୭୩ ମସିହାରେ ‘ଜେରକ୍ସ’ର ‘ପାଲୋ ଅଲ୍ଟୋ ରିସର୍ଚ ସେଣ୍ଟର୍’ରେ ସେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସେହି ସମୟରେ ସେ ‘କଟ୍, କପି ଆଣ୍ଡ୍ ପେଷ୍ଟ’ କୌଶଳ ଉଦ୍ଭାବନ କରିଥିଲେ। ପରବର୍ତ୍ତୀ ସମୟରେ ‘କଟ୍, କପି ଆଣ୍ଡ୍ ପେଷ୍ଟ୍’ କମ୍ପ୍ୟୁଟର୍ରେ ଏକ ସାଧାରଣ ବୈଶିଷ୍ଟ୍ୟ ହୋଇପାରିଥିଲା।
Image Source: Teller Report୧୯୮୦ ମସିହାରେ ସେ ‘ଆପ୍ଲ ଆଣ୍ଡ୍ ଷ୍ଟିଭ୍ ଜବ୍ସ୍’ରେ ଯୋଗ ଦେଇଥିଲେ। ସେଠାରେ ସେ ‘ଲିସା’ ଏବଂ ‘ଆପ୍ଲ’ର ଅନ୍ୟାନ୍ୟ କମ୍ପ୍ୟୁଟର୍ ବିକଶିତ କରିଥିଲେ। ୨୦୦୧ ରୁ ୨୦୦୫ ମଧ୍ୟରେ ସେ ‘ଆମାଜନ୍’ରେ ଯୋଗ ଦେଇଥିଲେ। ଏହାପରେ ସେ ‘ୟାହୁ’ରେ ଯୋଗ ଦେଇଥିଲେ। ୨୦୦୮ରେ ‘ୟାହୁ’ ଛାଡ଼ି ସେ ସ୍ୱାଧୀନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ।
Follow Us