Image Courtesy of Hindustn Times
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଅନ୍ତର୍ଗତ ଆମେଥି ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ହୋଇଥିବା କଥା କଂଗ୍ରେସ ଅଭିଯୋଗ କରିଛି।
ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛି।
ପ୍ରାର୍ଥୀପତ୍ର ଦାଖଲ ପରେ ଆମେଥି ଠାରେ ସମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଦେଖା ଦେଇଥିବା କଥା ଚିଠିରେ ଉଲ୍ଲେଖ ରହିଛି। ଅଳ୍ପ ସମୟ ମଧ୍ୟରେ ରାହୁଳଙ୍କ ମୁଣ୍ଡ ଉପରକୁ ଅନ୍ୟୂନ ଭିନ୍ନ ଭିନ୍ନ ସାତ ଥର ସବୁଜର ରଙ୍ଗର ଲେଜର୍ ପକା ଯାଇଥିଲା। ଦୁଇ ଥର ତାଙ୍କ କପାଳେରେ ଓ ବାକି ଥର ତାଙ୍କ ମୁଣ୍ଡର ଡାହାଣ ପାଖରେ ଲେଜର୍ ପଡ଼ିଥିଲା ବୋଲି କଂଗ୍ରେସ ସରକାରଙ୍କୁ ଚିଠି ଲେଖିଛି।
ରାହୁଳଙ୍କ ଜେଜିମା ଓ ବାପାଙ୍କ ହତ୍ୟା କଥା ଦୃଷ୍ଟାନ୍ତ ଦେଇ ନିରପତ୍ତା ତ୍ରୁଟି ବିଚ୍ୟୁତି ବଡ଼ ଚିନ୍ତାର କାରଣ ବୋଲି କଂଗ୍ରେସ କହିଛି। ଉତ୍ତର ପ୍ରଦେଶ ପ୍ରଶାସନର ଏଇଟା ସାଙ୍ଘାତିକ ବିଚ୍ୟୁତି ବୋଲି କହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।
କଂଗ୍ରେସ ନେତା ଅହମଦ୍ ପଟେଲ୍, ଜୟରାମ ରମେଶ ଓ ରଣଦୀବ ସିଂହ ସୁରେଜ୍ଓ୍ଵାଲା ଏହି ଚିଠିରେ ସ୍ୱାକ୍ଷର କରିଛନ୍ତି।
Follow Us