କଶ୍ମୀର ଉପତ୍ୟକା ଛାଡ଼ି ଚାଲିଯିବାକୁ ପ୍ରବାସୀ ଶ୍ରମିକଙ୍କୁ ଲଶ୍କର୍‌ ଅନୁବନ୍ଧିତ ଆତଙ୍କବାଦୀ ସଂଗଠନର ଚେତାବନୀ

ବିହାରୀ ଶ୍ରମିକଙ୍କୁ ହତ୍ୟା ପାଇଁ ଦାୟୀ ବୋଲି ସ୍ୱୀକାର କଲା ‘ସଂଯୁକ୍ତ ମୁକ୍ତି ସାମ୍ମୁଖ୍ୟ’

କଶ୍ମୀର ଉପତ୍ୟକା ଛାଡ଼ି ଚାଲିଯିବାକୁ ପ୍ରବାସୀ ଶ୍ରମିକଙ୍କୁ ଲଶ୍କର୍‌ ଅନୁବନ୍ଧିତ ଆତଙ୍କବାଦୀ ସଂଗଠନର ଚେତାବନୀ

Image Courtesy of India Today

ଜମ୍ମୁ: କଶ୍ମୀରରେ ଦୁଇଜଣ ବିହାରୀ ଶ୍ରମିକଙ୍କ ଜଘନ୍ୟ ହତ୍ୟା ପାଇଁ ଦାୟୀ ବୋଲି ‘ଲଶ୍କର୍‌-ଏ-ତୈବା’ ଅନୁବନ୍ଧିତ ଆତଙ୍କବାଦୀ ସଙ୍ଗଠନ ‘ସଂଯୁକ୍ତ ମୁକ୍ତି ସାମ୍ମୁଖ୍ୟ’ (ୟୁନାଇଟେଡ୍‌ ଲିବରେସନ୍‌ ଫ୍ରଣ୍ଟ୍‌) ଦାବି କରିବା ସହ କଶ୍ମୀର ଉପତ୍ୟକା ଛାଡ଼ି ଚାଲିଯିବା ଲାଗି ପ୍ରବାସୀ ଶ୍ରମଜୀବୀମାନଙ୍କୁ ଚେତାବନୀ ଦେଇଛି।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ରେ ଆତଙ୍କବାଦୀମାନେ ଘରେ ଅନୁପ୍ରବେଶ କରି ଦୁଇଜଣ ବିହାରୀ ଶ୍ରମଜୀବୀଙ୍କୁ ବନ୍ଧୁକ ମାରି ହତ୍ୟା କରିଛନ୍ତି ଓ ଅନ୍ୟ ଜଣଙ୍କୁ ଆହତ କରିଛନ୍ତି।

କଶ୍ମୀରରେ ଏହା ହେଉଛି ଦିନକ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ତୃତୀୟ ଆତଙ୍କବାଦୀ ଆକ୍ରମଣ। ଶନିବାର ସନ୍ଧ୍ୟାରେ ଉଗ୍ରବାଦୀମାନେ ଜଣେ ବିହାରୀ ଗୁପ୍‌ଚୁପ୍‌ ବିକ୍ରେତା ଏବଂ ଉତ୍ତର ପ୍ରଦେଶର ଜଣେ ବଢ଼େଇଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

publive-image Image Courtesy of The Economic Times

ଏହାକୁ ମିଶାଇ ଚଳିତ ବର୍ଷ ଏଯାବତ୍‌ ଜମ୍ମୁ ଓ କଶ୍ମୀରରେ ୧୧ଜଣ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କଲେଣି।

ଉପରୋକ୍ତ ଘଟଣା ପରେ ପରେ, ଉପତ୍ୟକାରେ ଥିବା ସମସ୍ତ ପ୍ରବାସୀ ଶ୍ରମଜୀବୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି କଶ୍ମୀର ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର ପୁଲିସ ବଳକୁ କହିଛନ୍ତି। ସେ କହିଛନ୍ତି, ଆପଣମାନଙ୍କ ଥାନା ଅଧୀନରେ ଥିବା ଅଞ୍ଚଳରେ ରହୁଥିବା ସମସ୍ତ ପ୍ରବାସୀ ଶ୍ରମଜୀବୀମାନଙ୍କୁ ବର୍ତ୍ତମାନ ପାଇଁ ନିକଟବର୍ତ୍ତୀ ପୁଲିସ କିଂବା କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ କିଂବା ଆର୍ମି ଇଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ଅଣାଯିବା ଉଚିତ।

ବିହାରୀ ଶ୍ରମିକଙ୍କୁ ହତ୍ୟା କରାଯିବା ଘଟଣାରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରବିବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥାବାର୍ତ୍ତା କରି ଉଦ୍‌ବେଗ ପ୍ରକାଶ କରିଥିଲେ।

ନିହତ ବ୍ୟକ୍ତିମାନଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ କୁମାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe