JK Newspoint
ଲକ୍ଷ୍ନୌ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର- ଇ- ତୋଇବାର କିଛି ଆତଙ୍କବାଦୀମାନେ ଉତ୍ତରପ୍ରଦେଶରେ ଥିବା ବାୟୁସେନା ଘାଟିଗୁଡ଼ିକ ଉପରେ ଆତଙ୍କୀ ହାମ୍ଲା କରିବାର ଯୋଜନା କରୁୂଥିବା ସଂପର୍କରେ ଗୁଇନ୍ଦା ବିଭାଗ ସୂତ୍ରରୁ ବିଶେଷ ସୂଚନା ମିଳିବା ପରେ ଏବେ ସମଗ୍ର ଉତ୍ତରପ୍ରଦେଶରେ ହାଇ- ଆଲର୍ଟ ଜାରି କରାଯାଇଛି।
ଅନ୍ୟପକ୍ଷରେ, ଆଜି ପ୍ରତ୍ୟୁଷରେ ଜଣେ ଅଜ୍ଞାତ ବ୍ୟକ୍ତି ଉତ୍ତରପ୍ରଦେଶର ଗାଜିଆବାଦ୍ ସ୍ଥିତ ହିନ୍ଡନ୍ ବାୟୁସେନା ଘାଟି ମଧ୍ୟକୁ ପାଚେରି ଡେଇଁ ପଶିବାକୁ ଉଦ୍ଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଆହତ ହୋଇଥିବା ଜାଣିବାକୁ ମିଳିଛି। ତେବେ, ସଂପୃକ୍ତ ବ୍ୟକ୍ତି ଜଣଙ୍କର ଆତଙ୍କବାଦୀମାନଙ୍କ ସହ କୌଣସି ପ୍ରକାରର ସଂପୃକ୍ତି ରହିଛି ନା ନାହିଁ, ତାହା ଏ ଯାବତ୍ ସ୍ପଷ୍ଟ ହୋଇ ପାରିନାହିଁ।
‘ର’ ପକ୍ଷରୁ ଏହି ରିପୋର୍ଟ ମିଳିବା ପରେ ଏବେ କେବଳ ମାତ୍ର ଉତ୍ତରପ୍ରଦେଶ ନୁହେଁ; ବରଂ ଉତ୍ତରପ୍ରଦେଶର ସୀମାକୁ ଲାଗି ରହିଥିବା ନେପାଳର ଦୀର୍ଘ ୫୫୦ କିଲୋମିଟର ଅଞ୍ଚଳରେ ମଧ୍ୟ ହାଇ ଓ ରେଡ୍ଆଲର୍ଟ ଜାରି କରା ଯାଇଥିବା ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏକ୍ସଟରନାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ଓ୍ଵିଙ୍ଗ୍ (ର) ପକ୍ଷରୁ ମିଳିିଥିବା ଗୁଇନ୍ଦା ସୂଚନା ଅନୁଯାୟୀ, ଜମ୍ମୁ- କଶ୍ମିରରେ ଆତ୍ମଗୋପନ କରିଥିବା ଲସ୍କର- ଇ- ତୋଇବାର ୬ରୁ ୭ ଆତଙ୍କବାଦୀ ଊତ୍ତରପ୍ରଦେଶରେ ଥିବା ଦେଶର ବାୟୁସେନା ଘାଟିଗୁଡ଼ିକ ଉପରେ ଆତଙ୍କୀ ହାମ୍ଲା କରିବା ଲକ୍ଷ୍ୟରେ ସୁଯୋଗ ଅପେକ୍ଷାରେ ରହିଛନ୍ତି। ବିଶେଷ ଭାବେ ଏମାନଙ୍କ ଟାର୍ଗେଟରେ ରହଛି ଗାଜିଆବାଦ୍ ସ୍ଥିତ ହିନ୍ଡନ୍ ବାୟୁସେନା ଘାଟି। ସଂପୃକ୍ତ ଆତଙ୍କବାଦୀମାନେ ଏକେ-୪୭ ରାଇଫଲ୍ ଓ ଗ୍ରେନେଡ୍ ଲଞ୍ଚର ସହାୟତାରେ ବାୟୁସେନା ଘାଟିଗୁଡ଼ିକ ଉପରେ ଆତଙ୍କୀ ହାମ୍ଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ‘ର’ ତା’ର ରିପୋର୍ଟରେ ଉଲ୍ଲେଖ କରିଛି।
‘ର’ ପକ୍ଷରୁ ଏହି ରିପୋର୍ଟ ମିଳିବା ପରେ ଏବେ କେବଳ ମାତ୍ର ଉତ୍ତରପ୍ରଦେଶ ନୁହେଁ; ବରଂ ଉତ୍ତରପ୍ରଦେଶର ସୀମାକୁ ଲାଗି ରହିଥିବା ନେପାଳର ଦୀର୍ଘ ୫୫୦ କିଲୋମିଟର ଅଞ୍ଚଳରେ ମଧ୍ୟ ହାଇ ଓ ରେଡ୍ଆଲର୍ଟ ଜାରି କରା ଯାଇଥିବା ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି।
Follow Us