ରାହୁଲଙ୍କୁ ମନାଇବା ପାଇଁ ଶେଷ ଚେଷ୍ଟା‌: ସୋନିଆଙ୍କୁ ଭେଟିଲେ ଗେହଲଟ

Advertisment

ପାଇଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନାରାଜ

ପାଇଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନାରାଜ

ରାହୁଲଙ୍କୁ ମନାଇବା ପାଇଁ ଶେଷ ଚେଷ୍ଟା‌: ସୋନିଆଙ୍କୁ ଭେଟିଲେ ଗେହଲଟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେବାର କିଛି ଘଣ୍ଟା‌ ପରେ ଗେହଲଟ ଆଜି ସୋନିଆଙ୍କୁ ୧୦ ଜନପଥ ବାସଭବନରେ ଭେଟିଛନ୍ତି। ସୋନିଆ ଏବଂ ଗେହଲଟଙ୍କ ମଧ୍ୟରେ କଂଗ୍ରେସ ସଭାପତି ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହୋଇଛି। ବୈଠକ ସମୟରେ ଦଳର ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ବେଣୁଗୋପାଳ କହିଛନ୍ତି, ସୋନିଆ ଏହି ନିର୍ବାଚନରେ ନିରପେକ୍ଷ ରହିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। କୌଣସି ପ୍ରାର୍ଥୀଙ୍କୁ ବି ସୋନିଆ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଗେହଲଟ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଯଦି ଦଳର ସଦସ୍ୟମାନେ ଚାହିବେ ତେବେ ସେ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ।

ଅନ୍ୟପକ୍ଷେ ଆସନ୍ତାକାଲି ଗେହଲଟ କୋଚି ଗସ୍ତ‌ କରିବେ। କୋଚିରେ ରାହୁଲଙ୍କୁ ଦଳର ମୁଖ୍ୟ ଭାବେ ପଦଭାର ଗ୍ରହଣ କରିବାପାଇଁ ସେ ଶେଷ ଥର ମନାଇବାକୁ ଚେଷ୍ଟା କରିବେ। କିନ୍ତୁ ସବୁ ପରେ ବି ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାପାଇଁ ନାରାଜ। ଗେହଲଟ ମଧ୍ୟ ଦଳୀୟ ନେତୃବୃନ୍ଦଙ୍କୁ ଏନେଇ ତାଙ୍କ ମତ ଜଣାଇ ସାରିଛନ୍ତି। ଦଳର ମୁଖ୍ୟ ରହିଲେ ବି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହାନ୍ତିନି ବୋଲି ଦଳୀୟ ନେତୃବୃନ୍ଦଙ୍କୁ ଜଣାଇ ସାରିଛନ୍ତି। ଗେହଲଟ କହିଛନ୍ତି, ଜଣେ ବ୍ୟକ୍ତି ମନ୍ତ୍ରୀ ରହିପାରିବେ ଏବଂ କଂଗ୍ରେସ ସଭାପତି ବି ନିର୍ବାଚିତ ହୋଇପାରିବେ। ସେ କହିଛନ୍ତି, କେବଳ ଗୋଟିଏ ନୁ‌‌ହେଁ ୩ ଟି ପଦର ଦାୟିତ୍ବକୁ ସେ ସୁଚାରୁରୂପେ ତୁଲାଇ ପାରିବେ। ଗେହଲଟଙ୍କ ଏଭଳି ବୟାନ ସଚିନ ପାଇଲଟ୍‌ଙ୍କ କ୍ୟାମ୍ପ୍‌ରେ ଅସେନ୍ତାଷ ସୃଷ୍ଟି କରିଛି ଏବଂ ଏହାକୁ ନେଇ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

publive-image

ଦିଗ୍‌ବିଜୟ ବି ଲଢ଼ିପାରନ୍ତି କଂଗ୍ରେସ ସଭାପତି ନିର୍ବାଚନ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ଚାଲିଛି। କଂଗ୍ରେସ ନେତା ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ି‌ବେ ବୋଲି ଜଣାପଡ଼ିଥିବା ବେଳେ ଆଜି ଆଉ ଜଣେ ନେତାଙ୍କ ନାମ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଛି। କଂଗ୍ରେସ ନେତା ଦିଗବିଜୟ ସିଂହ ଆଜି ଏନ୍‌ଡିଟିଭିକୁ ସାକ୍ଷାତକାର ‌ଦେଇ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି। ଦିଗ୍‌ବିଜୟ କହିଛନ୍ତି, ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଅଛି। କାହାକୁ ଏଥିପାଇଁ ରୋକାଯାଇପାରିବ ନାହିଁ କି କାହାକୁ ନିର୍ବା‌ଚନ ଲଢ଼ିବାପାଇଁ ବାଧ୍ୟ କରାଯାଇପାରିବନି। ଅତୀତରେ ମଧ୍ୟ ଦଳରେ ଗାନ୍ଧି ପରିବାର ବାହାରୁ ସଭାପତି ହୋଇଛନ୍ତି। ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ଦିଗ୍‌ବିଜୟ କହିଛନ୍ତି, ଆଗକୁ କ’ଣ ହେଉଛି ଦେଖନ୍ତୁ। ସମସ୍ତଙ୍କର ନିର୍ବାଚନ ଲଢ଼ିବାର ଅଧିକାର ଅଛି ଏବଂ ସେପ୍ଟେମ୍ବର ୩୦ ସନ୍ଧ୍ୟାରେ ସବୁକିଛି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe