କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

Advertisment
କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

Image Courtesy of DNA India

ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖରେ ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସଂଘଠିତ ହେବ। ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଥିବା ଏଥର ଏହି ମହାଜାଗତିକ ଘଟଣା ହେଉଛି ଏକ ‘ଉପଛାୟା ଚନ୍ଦ୍ର ଗ୍ରହଣ’।

ଚନ୍ଦ୍ର ପୃଥିବୀ ଛାୟାର ବାହ୍ୟ ଭାଗ ଦେଇ ଗତି କରିବା ବେଳେ ‘ଉପଛାୟା ଗ୍ରହଣ’ ସଂଘଠିତ ହୋଇଥାଏ। ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଠିକ୍‌ ଭାବରେ ଗୋଟିଏ ସରଳ ରେଖାରେ ଅବସ୍ଥାନ ନ କରିବା ଯୋଗୁଁ ଏ ଭଳି ହୋଇଥାଏ। ଏହି ଗ୍ରହଣ ଯୋଗୁଁ ଚନ୍ଦ୍ର ଝାପ୍‌ସା ଅନ୍ଧାରିଆ ଦେଖାଯାଏ। ତେଣୁ, ଏହା ଅନ୍ୟ ଗ୍ରହଣ ଭଳି ଦୃଶ୍ୟମାନ ହୁଏନାହିଁ। ଅନ୍ୟାନ୍ୟ ଗ୍ରହଣରେ ଚନ୍ଦ୍ର ପ୍ରାୟ ୮୨% କଳା ପଡ଼ିଯାଏ।

publive-image Image Courtesy of Times Now

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ଗ୍ରହଣ ଭାରତ, ଅଷ୍ଟ୍ରେଲିଆ, ଆମେରିକା, ପ୍ରଶାନ୍ତ ମହାସାଗର ଏବଂ ଏସିଆରେ ଦୃଶ୍ୟମାନ ହେବ।
ନଭେମ୍ବର ୩୦ ତାରିଖ ଅପରାହ୍ଣ ୧:୦୪ରେ ଏହି ‘ଉପଛାୟା ଚନ୍ଦ୍ର ଗ୍ରହଣ’ର ସ୍ପର୍ଶ ଆରମ୍ଭ ହୋଇ ଅପରାହ୍ଣ ୩:୧୩ରେ ମଧ୍ୟ-ଗ୍ରାସ ହେବ। ସନ୍ଧ୍ୟା ୫: ୨୨ରେ ପୂର୍ଣ୍ଣ ମୋକ୍ଷ ବା ଗ୍ରହଣ ଛାଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe