ଭାରତୀୟ ବାୟୁସେନାରୁ ଆଜି ବିଦାୟ ନେବ ମିଗ୍‌-୨୭ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାରୁ ଆଜି ବିଦାୟ ନେବ ମିଗ୍‌-୨୭ ଯୁଦ୍ଧ ବିମାନ

theprint.in

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରୁ ଆଜି ବିଦାୟ ନେବ ମିଗ୍‌ -୨୭ ଯୁଦ୍ଧ ବିମାନ । ୨୦ ବର୍ଷ ପୂର୍ବେ ପାକିସ୍ତାନ ସହ କାରଗିଲ୍‌ ଯୁଦ୍ଧ ସମୟରେ ମିଗ୍‌-୨୭ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଗତ ୪ ଦଶନ୍ଧି ଧରି ମିଗ୍‌-୨୭ ଭାରତୀୟ ବାୟୁସେନାର ମେରୁଦଣ୍ଡ ଥିଲା। ଆଜି ମିଗ୍‌-୨୭ ତା’ର ଶେଷ ଉଡ଼ାଣ କରିବ। ଏହାପରେ ମିଗ୍‌-୨୭ ଇତିହାସ ପାଲଟିଯିବ। ଯୋଧପୁର ସ୍ଥିତ ଭାରତୀୟ ବାୟୁସେନା ଘାଟିରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମିଗ୍‌ -୨୭କୁ ବିଦାୟ ଦିଆଯିବ। ମିଗ୍‌ ୨୭ ଯୁଦ୍ଧ ବିମାନ ୪ ଦଶନ୍ଧି ପୂ‌ର୍ବେ ଭାରତୀୟ ସେନାବାହିନୀରେ ସାମିଲ ‌ହୋଇଥିଲା। ମିଗ୍‌ ‌ବିମାନ ଉଭୟ ଯୁଦ୍ଧ ଏବଂ ଶାନ୍ତି ସମୟରେ ଦେଶ ପାଇଁ ବିପୁଳ ଅବଦାନ ରହିଛି। ମିଗ୍‌ ୨୭କୁ ପାଇଲଟ୍‌ମାନ‌େ ‘ବାହାଦୁର’ ବୋଲି ‌କହନ୍ତି। ମିଗ୍‌ ୨୭କୁ ଆଜି ‌ବିଦାୟ ଦେବା ସହ ଏହା କେବଳ ଭାରତରେ ଇତିହାସକୁ ଚାଲିଯିବ ନାହିଁ ବରଂ ସାରା ବିଶ୍ୱରେ ଏହା ଇତିହାସକୁ ଚାଲିଯିବ। ଏବେ ଅନ୍ୟ କୌଣସି ଦେଶ ମିଗ୍‌-୨୭ ପରିଚାଳନା କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe