ବାପା-ମା’ଙ୍କ ଚିତା ମଝିରେ ଜଳିଲା ଝିଅର ଜୁଇ

ad891cfe-6766-490a-89fc-1dc3f48e262e

ଲକ୍ଷ୍ନୌ: ଲକ୍ଷ୍ନୌର ଆଶରାବାଦ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  କପଡ଼ା ବ୍ୟବସାୟୀ ଋଣଭାର ସମ୍ଭାଳି ନପାରି ପରିବାର ସହିତ ମିଶି ଜୀବନ ହାରି ଦେଇଛନ୍ତି। ମୃତକଙ୍କ ମଧ୍ୟରେ କପଡ଼ା ବ୍ୟବସାୟୀ ଶୋଭିତ ରସ୍ତୋଗୀ (୪୮ବର୍ଷ), ତାଙ୍କ ପତ୍ନୀ ସୁଚିତା (୪୫ବର୍ଷ) ଏବଂ ଝିଅ (୧୬ବର୍ଷ) ଖ୍ୟାତି ରହିଛନ୍ତି। 

ସୂଚନାଯୋଗ୍ୟ, ଶୋଭିତ ରସ୍ତୋଗୀ ତାଙ୍କ ପୈତୃକ ଘରେ ପତ୍ନୀ ସୁଚିତା ଏବଂ ଝିଅ ଖ୍ୟାତିଙ୍କ ସହିତ ବସବାସ କରୁଥିଲେ। ଶୋଭିତଙ୍କ  ଦୁଇ ବଡ଼ ଭାଇ ଶରଦ ରସ୍ତୋଗୀ ଏବଂ ଶେଖର ରସ୍ତୋଗୀ ରାଜାବଜାର ଅଞ୍ଚଳରେ ରୁହନ୍ତି। 
ରାଜାଜୀପୁରମର ଇ-ବ୍ଲକର ସୁବ୍ରତ ପ୍ଲାଜାରେ ଶୋଭିତଙ୍କର ଜୁଗଲ ଫ୍ୟାଶନ୍ ପଏଣ୍ଟ ନାମକ ଏକ ଦୋକାନ ଅଛି।

ସୋମବାର ସକାଳେ ଶୋଭିତ, ସୁଚିତା ଏବଂ ଖ୍ୟାତି ଥଣ୍ଡା ପାନୀୟରେ ବିଷ ମିଶାଇ ପିଇ ଦେଇଥିଲେ। ଯାହାଫଳରେ ତିନି ଜଣଙ୍କର ଘଟଣାସ୍ଥଳରେ  ମୃତ୍ୟୁ ହୋଇ ଯାଇଥିଲା। ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇ ଶୋଭିତ ରସ୍ତୋଗୀଙ୍କ ଘରେ ପହଞ୍ଚିଥିଲା। ଘରୁ ତିନିଜଣଙ୍କ ମୃତଦେହ ଉଦ୍ଧାର କରିବା ସହିତ ସୁଚିତାଙ୍କ ଦ୍ୱାରା ଲେଖାଯାଇଥିବା ଏକ ଆତ୍ମହତ୍ୟା ନୋଟ ପାଇଥିଲା। ଏହି ଚିଠିରେ ଋଣଭାର ସମ୍ଭାଳି ପାରୁ ନଥିବାରୁ ଜୀବନ ହାରି ଦେଇଥିବା ଉଲ୍ଲେଖ ଥିଲା।

ଏ ଦୁଃଖଦ ଘଟରାର ଖବର ପାଇ ଗତ ମଙ୍ଗଳବାର ପରିବାରଲୋକ ପହଞ୍ଚିବା ପରେ ଶୋଭିତ, ସୁଚିତା ଏବଂ ଖ୍ୟାତିଙ୍କ ଅନ୍ତିମ ସଂସ୍କାର ଗୁଲାଲ ଘାଟିରେ କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ଶୋଭିତ ଏବଂ ସୁଚିତାଙ୍କ ଚିତା ମଝିରେ ଖ୍ୟାତିଙ୍କ ଜୁଇରେ ମୁଖାଗ୍ନି ଦିଆଯାଇଥିଲା। ଏହି ଦୃଶ୍ୟକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe