ବୋଧେ ବଞ୍ଚିବିନି, ପୁଅର ଯତ୍ନ ନେବ' ପତ୍ନୀଙ୍କୁ ଶେଷ ଭିଡିଓ କଲରେ ଏଭଳି କିଛି କହିଥିଲେ ହୁମାୟୁନ

Advertisment
ବୋଧେ ବଞ୍ଚିବିନି, ପୁଅର ଯତ୍ନ ନେବ' ପତ୍ନୀଙ୍କୁ ଶେଷ ଭିଡିଓ କଲରେ ଏଭଳି କିଛି କହିଥିଲେ ହୁମାୟୁନ

ଶ୍ରୀନଗର: ଜମ୍ମୁକଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ସହିଦ ହୋଇଥିଲେ ଡିଏସପି ହୁମାୟୁନ ଭଟ୍ଟ | ତେବେ ଜଙ୍ଗଲ ଭିତରେ ଲୁଚି ଆତଙ୍କବାଦୀ ଗୁଳି ଚଳାଇଥିବାବେଳେ ଡିଏସପି ହୁମାୟୁନଙ୍କୁ ଗୁଳି ବାଜିବା ପରେ ସେ ତାଙ୍କ ପତ୍ନୀ ଫାତିମାଙ୍କୁ ଏକ ଭିଡିଓ କଲ କରିଥିଲେ। ଏହି ଭିଡିଓ କଲରେ ସେ କହିଥିଲେ ଯେ ବୋଧେ ମୁଁ ଆଉ ବଞ୍ଚିବି ନାହିଁ, ପୁଅର ଯତ୍ନ ନେବ। ଏହି କିଛି ଧାଡି ଡିଏସପି ହୁମାୟୁନ ଭଟ୍ଟଙ୍କ ଶେଷ ଶବ୍ଦ ଥିଲା। ବୁଧବାର ସକାଳେ ଅନନ୍ତନାଗର କୋକର୍ନାଗରେ ଆତଙ୍କବାଦୀଙ୍କ ଗୁଳିରେ ଯେତେବେଳେ ସେ ଆହତ ହୋଇଥିଲେ, ସେହି ସମୟରେ ସେ ତାଙ୍କ ପତ୍ନୀ ଫାତିମାଙ୍କୁ ଏକ ଭିଡିଓ କଲ କରି ତାଙ୍କ ଅବସ୍ଥା ବାବଦରେ ଜଣାଇଥିଲେ |

ସେ କହିଥିଲେ, "ମୋ ଦେହରେ ଗୁଳି ବାଜିଛି, ଆଉ ବଞ୍ଚିବିନି ବୋଲି ଲାଗୁଛି, ପୁଅର ଯତ୍ନ ନେବ।" ଡିଏସପି ହୁମାୟୁନଙ୍କ ପେଟରେ ଗୁଳି ବାଜିଥିଲା। ତାଙ୍କ ଶାଶୁ ସୟଦ ନୁସରତ କହିଛନ୍ତି ଯେ ହୁମାୟୁନଙ୍କୁ ଗୁରୁତର ଆହତ ଅବସ୍ଥାରେ ଶ୍ରୀନଗରର ଆର୍ମି ହସ୍ପିଟାଲକୁ ଅଣାଯାଇଥିଲା | ଯେଉଁଠାରେ ଫାତିମା ଏବଂ ତାଙ୍କର ୨୯ ଦିନର ପୁଅକୁ ଦେଖିବା ପରେ ହୁମାୟୁନ ଆଖି ବୁଜିଦେଇଥିଲେ । ସେପ୍ଟେମ୍ବର ୨୭ ରେ, ହୁମାୟୁନ୍-ଫାତିମାଙ୍କ ବିବାହକୁ ଏକ ବର୍ଷ ପୁରିଥାନ୍ତା | ଉଲ୍ଲେଖ ଥାଉ କି ହୁମାୟୁନଙ୍କ ପିତା ଗୁଲମ ହସନ ଭଟ୍ଟ ଜମ୍ମୁକଶ୍ମୀର ପୁଲିସରେ କାର୍ଯ୍ୟ କରୁଥିଲେ । ତାଙ୍କ ବାପା ଆଇଜି ପଦରୁ ଅବସର ନେଇଥିଲେ | ତେବେ ପୁଅ ହୁମାୟୁନଙ୍କ ମରଶରୀର ପାଖରେ ବାପା ନୀରବରେ ଛିଡା ହୋଇଥିବାବେଳେ ଏହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe