ଲତା ମଙ୍ଗେସକର ଅସୁସ୍ଥ, ବ୍ରିଚ୍‌ କାଣ୍ଡି ହସପିଟାଲରେ ଚିକିତ୍ସା ପରେ ଘରକୁ ଫେରିଲେ

Advertisment
ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର, ଖୁବଶୀଘ୍ର ଘରକୁ ଫେରିବା ସମ୍ଭାବନା

newindianexpress

ମୁମ୍ବାଇ : କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ସୋମବାରଦିନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ନେବାର ସମସ୍ୟା ଓ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଭର୍ତ୍ତି କରାଯାଇଥିଲା ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି । ଗତ ରାତି ପ୍ରାୟ ୧ଟା ୩୦ ମିନିଟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବରିଷ୍ଠ ଡାକ୍ତର ଫାରୁକ ଉଦଓ୍ଵାଦିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିଥିଲେ । ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାଯାଇଛି । ଗତ ସେପ୍ଟେମ୍ବର ୨୮ ତାରିଖରେ ସେ ୯୦ ବର୍ଷରେ ପଦାର୍ପଣ କରିଥିଲ ।
ପ୍ରାୟ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ମଙ୍ଗେସକରଙ୍କୁ ଗତ ୨୦୦୧ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । କେବଳ ହିନ୍ଦୀ ଚଳଚ୍ଚିତ୍ରରେ ସେ ୧୦୦୦ରୁ ଅଧିକ ଗୀତ ଗାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe