ଏବେ ବିଳମ୍ବିତ ମୌସୁମୀ: ଖରିଫ ଫସଲ ଚାଷ ୧୦.୪୩% ପଛେଇଛି

Advertisment

ଜିଡିପିରେ କୃଷିର ଯୋଗଦାନ ୧୫%

ଜିଡିପିରେ କୃଷିର ଯୋଗଦାନ ୧୫%

ସମବାୟ ସଚିବଙ୍କ ପତ୍ର: ୩୧ ଅଗଷ୍ଟ ସୁଦ୍ଧା ଚାଷୀଙ୍କୁ ବକେୟା ନଦେଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ ଏକ କୃଷିଭିତ୍ତିକ ଦେଶ। ତେବେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ଏଠାରେ ଚାଷବାସ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ତେବେ ଚଳିତବର୍ଷ ମୌସୁମୀ ବର୍ଷା‌ର ଅଭାବ ପାଇଁ ଖରିଫ ଫସଲର ବୁଣାବୁଣି ହ୍ରାସ ପାଇଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଦେଶରେ କୃଷକମାନେ ୪୯.୯ ନିୟୁତ ହେକ୍ଟର (୧୨୩ ନିୟୁତ ଏକର) ଜମିରେ ଖରିବ ଫସଲ କରିପାରିଛନ୍ତି। ଗତବର୍ଷ ତୁଳନାରେ ଏହା ୧୦.୪୩ ପ୍ରତିଶତ କମ। କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଗତମାସରେ ମୌସୁମୀ ବର୍ଷା ଭଲ ରହିଥିଲେ ମଧ୍ୟ ଚଳିତମାସରେ ଏହା ଉଭେଇ ଯାଇଛି। କରୋନା ମହାମାରୀ ଦେଶର ସ୍ବାସ୍ଥ୍ୟଭିତ୍ତିଭୂମିକୁ ପୂର୍ବରୁ ପଦାରେ ପକାଇ ସାରିଛି।

ଏଥିସହିତ ଦେଶରେ ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବା ତେଲ ଆଦିର ଦାମରେ ମାତ୍ରାଧିକ ବୃଦ୍ଧି ଘଟିଛି। ଏସବୁ ଲୋକଙ୍କ ମନରେ ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରୁଛି। ତେବେ ଏବେ ମୌସୁମୀ ବର୍ଷାର ଅଭାବ କାରଣରୁ ଖରିଫ ଫସଲ ବୁଣାବୁଣି କମିଯିବା ମୋଦୀ ସରକାରଙ୍କ ପାଇଁ ଆଉ ଏକ ମୁଣ୍ଡବିନ୍ଧା ପାଲଟିବାକୁ ଯାଉଛି। ଦେଶରେ ସାଧାରଣତଃ ଖରିଫ ଫସଲର ବୁଣାବୁଣି ଜୁନ ମାସରୁ ଆରମ୍ଭ ହୋଇଥାଏ। ଏହି ସମୟ ବେଳକୁ ଦେଶରେ ମୌସୁମୀ ପହଞ୍ଚିଥାଏ। ‌ଜୁନ୍ ପହିଲାରୁ ଅଗଷ୍ଟ ମାସର କିଛିଦିନ ପର୍ଯ୍ୟନ୍ତ ଫସଲ ବୁଣା ଏବଂ ରୁଆ କାମ ଚାଲିଥାଏ।

ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ଧାନ ଏକ ପ୍ରମୁଖ ଖରିଫ ଫସଲ। କିନ୍ତୁ ଗତବର୍ଷ ଜୁଲାଇ ୯ ତାରିଖ ସୁଦ୍ଧା ଦେଶରେ ୧୧.୫ ନିୟୁତ ହେକ୍ଟର ଜମିରେ ଧାନଚାଷ ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ୧୨.୬ ନିୟୁତ ହେକ୍ଟର ଜମିରେ ଉକ୍ତ ଚାଷ ହୋଇଥିଲା। ‌ସେହିଭଳି ଗତବର୍ଷ ୧୦.୫ ନିୟୁତ ହେକ୍ଟର ଜମିରେ କପା ଚାଷ ହୋଇଥିବା ବେଳେ ଚଳିତବର୍ଷ ଏହା ୮.୬ ନିୟୁତ ହେକ୍ଟରକୁ ହ୍ରାସ ପାଇଛି। ସେହିଭଳି ତୈଳବୀଜ ଚାଷ ମଧ୍ୟ କମିଛି। ଗତବର୍ଷ ୧୨.୬ ନିୟୁତ ହେକ୍ଟର ଜମିରେ ସୋୟାବିନ ସମେତ ଅନ୍ୟ ତୈଳବୀଜ ଚାଷ ହୋଇଥିବାବେଳେ ଚଳିତବର୍ଷ ଏହା ୧୧.୨ ନିୟୁତ ହେକ୍ଟର ରହିଛି। କେବଳ ସୋୟାବିନ ଚାଷ ୯.୨ ନିୟୁତ ହେକ୍ଟର ପରିବର୍ତ୍ତେ ୮.୨ ନିୟୁତ ହେକ୍ଟର ରହିଛି। ତେବେ ବିଶ୍ବର ଦ୍ବିତୀୟ ବୃହତ୍ ଚିନି ଉତ୍ପାଦନକାରୀ ଦେଶ ଭାରତରେ ଆଖୁ ଚାଷ ଗତବର୍ଷ ଭଳି ୫.୩ ନିୟୁତ ହେକ୍ଟର ଜମିରେ ଅପରିବର୍ତ୍ତିତ ରହିଛି। ତେବେ ଆଗାମୀ ଦିନରେ ମୌସୁମୀର ଅଗ୍ରଗତି ହେଲେ ଏହି ସଂଖ୍ୟାରେ ପରିବର୍ତ୍ତନ ଆସିପାରେ। ଭାରତରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ଠାରୁ ୫ ପ୍ରତିଶତ କମ୍ ମୌସୁମୀ ବର୍ଷା ହୋଇଛି।

ଦେଶର ପାଖାପାଖି ଅଧା ଚାଷଜମିରେ ଜଳସେଚନ ସୁବିଧା ନାହିଁ। ଏହି ଜମି ଗୁଡ଼ିକ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରିଥାଏ। ଦେଶର ମୋଟ ବର୍ଷାର ୭୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ବାରା ହୋଇଥାଏ। ତେଣୁ ଚାଷ ପାଇଁ ଏହି ବର୍ଷାର ଯଥେଷ୍ଟ ଗୁରୁତ୍ବ ରହିଛି। ଭାରତର ମୋଟ ୨.୭ ଲକ୍ଷ କୋଟି ଡଲାରର ଅର୍ଥନୀତିକୁ କୃଷିର ଯୋଗଦାନ ପ୍ରାୟ ୧୫ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe